ଅନୌପଚାରିକ ଵୈଠକରେ ନିଷ୍ପତ୍ତି, ଵିଧାୟକ ପ୍ରଣଵ ପ୍ରକାଶ ଦାସ ହେବେ ଓସିଏ ସଭାପତି

Published By : Prameya-News7 Bureau | October 15, 2022 IST

କଟକ ୧୫/୧୦: ଓସିଏ ନିର୍ବାଚନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଓସିଏର ଵରିଷ୍ଠ ସଦସ୍ୟ ଆଶୀର୍ଵାଦ ଵେହେରା । ଵିଧାୟକ ପ୍ରଣଵ ପ୍ରକାଶ ଦାସ ହେବେ ସଭାପତି । 'ଅନୌପଚାରିକ ଵୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ସଂଖ୍ୟା ଦୃଷ୍ଟିରୁ ପ୍ରଣଵ ସଭାପତି ହେଵା ନିଶ୍ଚିତ ।

ଅନୌପଚାରିକ ଵୈଠକରେ ୫୫ଜଣ ସଦସ୍ୟ ଏନେଇ ସହମତି ପ୍ରକାଶ କରିଛନ୍ତି । ଓସିଏ ନିର୍ଵାଚନରେ ମୋଟ ୭୩ ଜଣ ଭୋଟର ଅଛନ୍ତି । ସଞ୍ଜୟ ଵେହେରା ସମ୍ପାଦକ ପଦ ପାଇଁ ନିର୍ଵାଚନ ଲଢିଵେ । ପ୍ରଣଵ ସଭାପତି ହେଲେ କ୍ରିକେଟ ଓ ଵାରଵାଟୀର ଉନ୍ନତି ହେବ ବୋଲି କହିଛନ୍ତି ଆଶୀର୍ବାଦ ।

ସୂଚନା ଥାଉକି, ବିଜେଡିର ତୁଙ୍ଗ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସଭାପତି ନିର୍ବାଚନ ଲଢିବା ନେଇ ଗତକାଲି ସ୍ପଷ୍ଟ ହୋଇଥିଲା । ସଭାପତି ପଦ ପାଇଁ ନିର୍ବାଚନ ଲଢିବାକୁ ଓସିଏ ପକ୍ଷରୁ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି । ପୁରୀରେ ନିର୍ବାଚନ ପ୍ରସ୍ତୁତି ବୈଠକରେ ବେଳେ ବିଜେଡି ନେତାଙ୍କ ନାଁରେ ଏହି ପ୍ରସ୍ତାବ ଆସିଥିଲା । ଏଥିରେ ଅଧିକାଂଶ ସଦସ୍ୟ ପ୍ରଣବଙ୍କ ନାଁରେ ସହମତି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.