ବ୍ରହ୍ମପୁର: ରାଜ୍ୟ ପାଇଁ ଗୌରବ ଆଣିଛି ଆସିକା ଥାନା । ଦେଶର ସର୍ବଶ୍ରେଷ୍ଠ ୩ ଥାନା ମଧ୍ୟରେ ସ୍ଥାନ ପାଇଛି ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଆସିକା ଥାନା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସାରା ଦେଶର ଥାନାମାନଙ୍କୁ ନେଇ ହୋଇଥିବା ଜାତୀୟସ୍ତରର ସର୍ଭେରେ ଆସିକା ଥାନାକୁ ମିଳିଛି ଏହି ସଫଳତା। ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା, ନିଷ୍ଠାପରତା, ତ୍ୱରିତ କାର୍ଯାନୁଷ୍ଠାନ, ପେଶାଦାର ବ୍ୟବହାର, ପ୍ରତିବଦ୍ଧତା, ଦଣ୍ଡବିଧାନ, ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସମୟ ସୀମା ଇତ୍ୟାଦି ୧୬୫ଟି ପ୍ରସଙ୍ଗରେ ବିଭିନ୍ନ ଥାନାର ପ୍ରଦର୍ଶନ ନେଇ ମୂଲ୍ୟାୟନ କରାଯାଇଥିଲା । ଆସିକା ଥାନାର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
wp:html/wp:htmlCongratulations #Aska Police Station, Ganjam on being selected as one of the best three police stations in the country for 2022 by Ministry of Home Affairs. Aska has also been declared as best Police Station in CCTNS dashboard for 2022. @PIBHomeAffairs https://t.co/FrW2M5WasM
— CMO Odisha (@CMO_Odisha) January 6, 2023
ଥାନା ଗୁଡିକର ଦୈନନ୍ଦିନ କାର୍ଯ୍ୟ ପରିଚାଳନା, ତ୍ୱରିତ ସେବା ପ୍ରଦାନ, ମେଡିକାଲ କେସ୍, ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ଉପଯୁକ୍ତ ପରିଚାଳନା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା, ଚାର୍ଜସିଟ୍ ଦାଖଲ, କ୍ରାଇମ୍ ଓ କ୍ରିମିନାଲଙ୍କ ଡାଟା ବେସ୍ ପ୍ରସ୍ତୁତି ସହ ଫଟୋ ଅପଲୋଡ୍ କରିବା ମାମଲାରେ ଅଭିଯୁକ୍ତଙ୍କୁ ଅଦାଲତର ଦଣ୍ଡାଦେଶ ଆଦି ତଥ୍ୟକୁ ହିସାବକୁ ନେଇ ସମସ୍ତ ଥାନାର ସମୀକ୍ଷା ପରେ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଥି ଅନ୍ତର୍ଗତ ସିସିଟିଏନଏସ୍ ଡ୍ୟାଶବୋର୍ଡରେ ୨୦୨୨ ମସିହା ସକାଶେ ଆସିକା ଥାନା ଦେଶର ଟପ୍ ୩ ଥାନା ମଧ୍ୟରେ ସାମିଲ ହୋଇଛି ।
{"id":729735,"sizeSlug":"large","linkDestination":"none"}
ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀ ଠାରେ ଡିଜିପି ଆଇଜିପିମାନଙ୍କ ଜାତୀୟ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିକା ଥାନାଧିକାରୀଙ୍କୁ ଏଥିପାଇଁ ପୁରସ୍କୃତ କରିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ତରୁଣ କୁମାର ଏହି ମର୍ମରେ ଓଡିଶା ଡିଜିପିଙ୍କୁ ପତ୍ର ପଠାଇଛନ୍ତି । ୟୁନିଫର୍ମ ସହ କ୍ରସ୍ ବେଲ୍ଟ ପରିଧାନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଅବଗତ କରାଯାଇଛି ।