ବନ୍ୟା ପରେ ଆସିକା ଏସ୍ବିଆଇ ବ୍ୟାଙ୍କ ଛାତ ଉପରେ ଶୁଖିଛି କୋଟି କୋଟି ଟଙ୍କା
17/10/2018 at 10:50 AM

ଗଞ୍ଜାମ ୧୭|୧୦: ବନ୍ୟା ପାଣିରେ ବୁଡି ରହିଥିଲା ଗଞ୍ଜାମ ଜିଲ୍ଲାର ଆସିକା ସହର । ବାତ୍ୟା ଯିବାପରେ ସାଙ୍ଘାତିକ ରୂପ ନେଇଥିଲା ବନ୍ୟା ପରିସ୍ଥିତି । ଲଗାଣ ବର୍ଷା କାଳ ସାଜିଥିଲା ଲୋକଙ୍କ ପାଇଁ । ବନ୍ୟା ଘେରରେ ଜଳବନ୍ଦୀ ଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିଲା । ଏଥିରୁ ବାଦ୍ ପଡିନଥିଲା ଆସିକାର ଏସବିଆଇ ବ୍ୟାଙ୍କ । ବନ୍ୟାରେ ବ୍ୟାଙ୍କ ସମସ୍ତ ଫାଇଲ ପତ୍ର ଧୋଇଯାଇ ନଷ୍ଟ ହୋଇଥିବା ବେଳେ କୋଟି କୋଟି ଟଙ୍କା ମଧ୍ୟ ପାଣିରେ ବୁଡି ରହିଥିଲା । ବ୍ୟାଙ୍କ ଛାତ ଉପରେ କୋଟି କୋଟି ଟଙ୍କା ଶୁଖାଯାଉଥିବା ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଏ ସଂକ୍ରାନ୍ତରେ ଆସିକା ବ୍ୟାଙ୍କ ମ୍ୟାନେଜର ଉମାକାନ୍ତ ତ୍ରିପାଠୀ ଟଙ୍କା ଶୁଖାଯିବା ବିଷୟରେ କିଛି କହିବା ପାଇଁ ମନାକରିଦେଇଥିଲେ ।
Related Posts
ଟ୍ରାଫିକ୍ ଛକରେ ଲୁଟ୍, ଆଖି ପିଛୁଳାକେ ନେଇଗଲେ ୩ଲକ୍ଷ ଟଙ୍କା
1 February 2023
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023