ଏସିଆ କପ୍: ଆଉଟ ହେବା ପରେ ସେଲିବ୍ରେଟ୍ କଲେ ଆଫଗାନ ବୋଲର ଫରୀଦ, ପିଟିବା ପାଇଁ ବ୍ୟାଟ୍ ଉଠାଇଲେ ଅଶିଫ ଅଲ୍ଲୀ

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ: ଗତକାଲି ଏସିଆ କପ୍ ସୁପର ୪ ମୁକାବିଲାର ଚତୁର୍ଥ ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ଦେଖିବାକୁ ମିଳିଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୨୯ ରନ୍ କରିଥିଲା। ୧୩୦ ରନ୍‌ ଟାର୍ଗେଟକୁ ପିଛା କରି ପାକିସ୍ତାନ ଶେଷ ଓଭର ପ୍ରଥମ ଦୁଇ ବଲ୍‌ରେ ମ୍ୟାଚ୍ ଜିତିଯାଇଥିଲା।

ହେଲେ ପାକିସ୍ତାନକୁ ବି ୧୩୦ ରନ୍ କରିବାକୁ ଝାଳ ବୁହାଇବାକୁ ପଡ଼ିଥିଲା। ଆଫଗାନୀ ବୋଲର ଆଗରେ ପାକ୍‌ର ବଡ଼ ବଡ଼ ବ୍ୟାଟର ଫେଲ୍ ମାରିଥିଲେ। ଗୋଟିଏ ପରେ ଗୋଟିଏ ୱିକେଟ ଯାଇଥିଲା। ଶେଷ ଓଭରରେ ୧୧ ରନ୍‌ର ଆବଶ୍ୟକ ଥିବା ବେଳେ ପାକ ବ୍ୟାଟର ନସୀମ ଶାହ ଦୁଇ ବଲ୍‌ରେ ଲଗାତର ଦୁଇଟି ଛକ୍କା ମାରି ପାକିସ୍ତାନକୁ ମ୍ୟାଚ୍ ଜିତାଇଥିଲେ।

ମ୍ୟାଚ୍ ସରଗରମ ହେଉଥିବା ବେଳେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବି ହାତାହାତି ସ୍ଥିତି ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନର ଦ୍ରୁତ ବୋଲର ଫରୀଦ ଅହମଦ ମଲ୍ଲିକ ଓ ପାକିସ୍ତାନର ଅସିଫ ଅଲ୍ଲୀ ପଡ଼ିଆରେ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା କି ଅସୀଫ ଫରୀଦଙ୍କୁ ପିଟିବାକୁ ଦୁଇଥର ବ୍ୟାଟ୍ ଉଠାଇଥିଲେ।

ମ୍ୟାଚ୍‌ର ୧୯ ଓଭର ଖେଳ ଚାଲିଥିବା ବେଳେ ଦୁଇ କ୍ରିକେଟରଙ୍କ ମଧ୍ୟରେ ଫାଇଟ୍ ହୋଇଥିଲା। ଅସିଫ ଛକ୍କା ମାରି ଗିରଫ ହେବା ପରେ ଫରୀଦ ଏହାକୁ ସେଲିବ୍ରେଟ୍ କରିଥିଲେ। ଏହାକୁ ନେଇ ଅଶୀଫ ରାଗିଯାଇ ଫରଦୀଙ୍କୁ ତାଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ। ଏମିତିକି ପିଟିବାକୁ ବ୍ୟାଟ୍ ବି ଉଠାଇଥିଲେ। ଏହାପରେ ତୁରନ୍ତ ଘଟଣା ସ୍ଥଳରେ ଆଫଗାନ କ୍ରିକେଟର ଅଜମୁତୁଲ୍ଲାହ ଓମ୍ରାଜ ପହଞ୍ଚି ଦୁଇ ଖେଳାଳିଙ୍କ ମଧ୍ୟରେ ଝଗଡ଼ା ଭାଙ୍ଗିବାକୁ ଚେଷ୍ଟା କରିଥିଲେ।

ହେଲେ ସ୍ଥିତି ଆହୁରି ଖରାପ ହେବାରୁ ଖେଳି ପରିଚାଳନା କରୁଥିବା ଦୁଇ ଅମ୍ପାୟାର ଝଗଡ଼ା ଭାଙ୍ଗିବାକୁ ଆସିଥିଲେ। ଅନ୍ୟ ଆଫଗାନ ଖେଳାଳିମାନେ ମଧ୍ୟ ଝଗଡ଼ା ଭାଙ୍ଗିବାକୁ ପ୍ରୟାଶ କରିଥିଲେ। ଦୁଇ ଖେଳାଳିଙ୍କ ମଝିରେ ପଶି ଝଗଡ଼ା ଭାଙ୍ଗିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ କ୍ରିକେଟ୍ ଫ୍ୟାନଙ୍କ ମଧ୍ୟରେ ନାନା କମେଣ୍ଟ ଶୁଣିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.