ସନ୍ଦେହ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ , ଗୁରୁବାର ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଜାତୀୟକରଣ ବ୍ୟାଙ୍କକୁ ଯିବ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୦୩:  ୟେସ ବ୍ୟାଙ୍କରୁ ଉଠିବ ଶ୍ରୀ ଜଗନ୍ନାଥଙ୍କ ଜମା ଟଙ୍କା । ବ୍ୟାଙ୍କର ଆର୍ଥିକ ସଙ୍କଟ କଟକଣା ମୋରାଟୋରିୟମ ଅବଧି ସରିବା ପରେ ଏମିତି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଉଠାଯାଇ ଜାତୀୟକରଣ ବ୍ୟାଙ୍କରେ ଡିପୋଜିଟ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ମିଳିବ କି ନାହିଁ ତାକୁ ନେଇ   ଦେଖାଦେଇଥିବା ସନ୍ଦେହ ଟଳିଛି ।

{"id":240437,"sizeSlug":"large"}

ୟେସ ବ୍ୟାଙ୍କରୁ ଗୁରୁବାର ଦିନ ଉଠିବ ଶ୍ରୀଜଗନ୍ନାଥଙ୍କ ଜମା ଟଙ୍କା । ଫିକ୍ସଡ ଡିପୋଜିଟ ହୋଇଥିବା ଟଙ୍କା ଆସନ୍ତାକାଲି ଉଠାଇବେ ଶ୍ରୀମନ୍ଦିର ପ୍ରଶାସନ । ୟେସ ବ୍ୟାଙ୍କର ମୋରାଟୋରିୟମ ଅବଧି ସରିବା ପରେ ଟଙ୍କା ଉଠାଣ ଲାଗି ଶ୍ରୀମନ୍ଦିର ପ୍ରଶାସନ, ବ୍ୟାଙ୍କରେ ଟଙ୍କା ଉଠାଣ ଫର୍ମ ଦାଖଲ କରିଛି । ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ପିକ୍ସଡ ଡିପୋଜିଟ ଅଛି । ଗୁରୁବାର ଦିନ ୩୭୯ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଟର୍ମ ଶେଷ ହେଉଛି ।

{"id":240440,"sizeSlug":"large"}

ବାକି ୧୫୬ କୋଟି ଟଙ୍କାର ଜମା ଅବଧି ମାର୍ଚ୍ଚ ୩୦ରେ ପୂରିବ । ଏହି ଟଙ୍କାକୁ ଇ-ଟ୍ରାନ୍ସଫର ମାଧ୍ୟମରେ ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ସେପଟେ ଟଙ୍କା ଉଠାଯିବା ପ୍ରସଙ୍ଗରେ ଜିଲ୍ଲାପାଳ ବଳଓ୍ୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଏସ୍‌ପି, ନୀତି ପ୍ରଶାସକ, ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଓ ଅର୍ଥ ସବ୍‌କମିଟି ସଦସ୍ୟଙ୍କୁ ନେଇ ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ବଜେଟ୍, ବିଭିନ୍ନ ସୁତ୍ରରୁ ଆସୁଥିବା ଦାନ ଅର୍ଥ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା

{"id":240445,"sizeSlug":"large"}

ୟେସ୍ ବ୍ୟାଙ୍କ ସଙ୍କଟକୁ ଚାଲିଯିବା ପରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି କେମିତି ଫେରିବ ସେନେଇ ଉଠିଥିଲା ପ୍ରଶ୍ନ । ଏହା ପଛରେ ଷଡଯନ୍ତ୍ର ହୋଇଛି ବୋଲି ବିରୋଧ ଅଭିଯୋଗ ଆଣିବା କମିଶନୀ କାରବାର କଥା ମଧ୍ୟ ଉଠାଇଥିଲେ । ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ।

{"id":240448,"sizeSlug":"large"}

ଜଗନ୍ନାଥଙ୍କ ଅର୍ଥ ତ ଫେରିବ। ତେବେ ଟଙ୍କା ଡିପୋଜିଟ ନେଇ ଯେଉଁସବୁ ପ୍ରଶ୍ନ ଉଠିଥିଲା ଏହାର ଅନୁସଂଧାନ ହେବ କି ନାହିଁ।ଏ ବାବଦରେ ଗଠିତ ଗୃହ କମିଟି ଅନୁଧ୍ୟାନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

{"id":240450,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.