ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏସିଆର ସର୍ବବୃହତ୍‌ ହେଲିକପ୍ଟର ଫ୍ୟାକ୍ଟ୍ରି: ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ

5/02/2023 at 5:10 PM

ନୂଆଦିଲ୍ଲୀ, ୦୫/୦୨: କର୍ଣ୍ଣାଟକରେ ତିଆରି ହୋଇଛି ଏସିଆର ସର୍ବବୃହତ୍‌ ହେଲିକପ୍ଟର ନିର୍ମାଣ କାରଖାନା। ସୋମବାର କର୍ଣ୍ଣାଟକର ଟୁମାକୁରୁରେ ସର୍ବବୃହତ ଫେସିଲିଟିର ଅନାବରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ଏକ ଗ୍ରୀନଫିଲ୍ଡ ହେଲିକପ୍ଟର ଫ୍ୟାକ୍ଟ୍ରି ମଧ୍ୟ ଉଦଘାଟନ କରିବେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମୟରେ ସେଠାରେ ଉପସ୍ଥିତ ରହିବେ। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଏହି ଗ୍ରୀନ୍‌ଫିଲ୍ଡ ହେଲିକପ୍ଟର ଫ୍ରାକ୍ଟ୍ରି ୬୧୫ ଏକରରେ ପରିବ୍ୟାପ୍ତ, ଏହା ଦେଶରେ ହେଲିକପ୍ଟର ପାଇଁ ଓ୍ବାନ୍‌-ଷ୍ଟପ୍ ସଲ୍ୟୁସନ ହେବ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏହି ହେଲିକପ୍ଟର ଫ୍ୟାକ୍ଟ୍ରିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଇଟ୍ ୟୁଟିଲିଟି ହେଲିକପ୍ଟର (LUHs) ନିର୍ମାଣ କରାଯିବ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (HAL) ୩-୧୫ ଟନ୍ ଓଜନର ୧୦ ହଜାର ହେଲିକପ୍ଟର ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ୨୦ ବର୍ଷରେ ୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟର ଲକ୍ଷ୍ୟ ରହିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଫ୍ୟାକ୍ଟ୍ରିରେ ବର୍ଷକୁ ୩୦ ହେଲିକପ୍ଟର ନିର୍ମାଣ ଲକ୍ଷ୍ୟ ରହିଥିବାବେଳେ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହାକୁ ୬୦ ରୁ ୯୦ ହେବ ବୋଲି ମନ୍ତ୍ରାଳୟ ତରଫରୁ କୁହାଯାଇଛି। ତେବେ ପ୍ରଥମ LUH ର ଟେଷ୍ଟିଂ ସରିଛି ଏବଂ ଏହାକୁ ଅନାବରଣ କରାଯିବ।

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ନୂଆ କାରଖାନା ହେବା ଦ୍ବାରା ଭାରତର ଏରୋସ୍ପେସ କ୍ଷେତ୍ରରେ ଉତ୍ପାଦନକୁ ଅଧିକ ବଳ ମିଳିବ। ଏହା ସହ ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ହେବ। ସ୍କୁଲ, କଲେଜ୍, ଆବାସିକ ଅଞ୍ଚଳର ଉନ୍ନତି ହେବ।

   Related Posts