WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆନ ପେଣ୍ଟ୍ସ କୋ-ଫାଉଣ୍ଡର ଅଶ୍ୱିନ ଦାନୀଙ୍କ ପରଲୋକ, କମ୍ପାନିରେ ପାଇଁ ରହିଥିଲା ବଡ଼ ଯୋଗଦାନ

28/09/2023 at 4:10 PM

Ashwin Dani

ନୂଆଦିଲ୍ଲୀ: ଏସିଆନ୍‌ ପେଣ୍ଟ୍ସର କୋ-ଫାଉଣ୍ଡର ଅଶ୍ବିନ ଦାନୀଙ୍କ ପରଲୋକ । ୭୯ ବର୍ଷୀୟ ଅଶ୍ବିନ ଦାନୀ ଏସିଆନ୍‌ ପେଣ୍ଟ୍ସର ନନ୍‌ ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ପଦ ସହ କମ୍ପାନିର ବୋର୍ଡ ସଦସ୍ୟ ଥିଲେ। ୧୯୬୮ରେ ଏସିଆନ ପେଣ୍ଟ୍ସ ସହ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ସେ କମ୍ପାନିର ନେତୃତ୍ବ ନେଇଥିଲେ। ଏସିଆନ ପେଣ୍ଟ୍ସ ଆଜି ଭାରତର ସବୁଠୁ ବଡ଼ ପେଣ୍ଟ୍ସ କମ୍ପାନି ମଧ୍ୟରେ ରହିଛି। ଆଉ କମ୍ପାନିକୁ ଏହି ସ୍ଥାନରେ ପହଞ୍ଚାଇବାରେ ଅଶ୍ବିନୀ ଧାନୀଙ୍କ ବଡ଼ ଯୋଗଦାନ ରହିଛି।

ଅଶ୍ବିନ ଦାନୀ ୧୯୪୪ ସେପ୍ଟେମ୍ବର ୨୬ରେ ମୁମ୍ବାଇରେ ହୋଇଥିଲା। ୧୯୬୬ରେ ସେ ମୁମ୍ବାଇ ୟୁନିଭର୍ସିଟିରେ କେମ୍ରିଷ୍ଟିରେ ବିଏସସି ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଆମେରିକାର ୟୁନିଭର୍ସିଟି ଅଫ୍ ଆକରନରୁ କେମିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ତେବେ ୧୯୬୮ରେ ପାରିବାରିକ ବ୍ୟବସାୟ ଏସିଆନ ପେଣ୍ଟ୍ସରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଆର୍ଥିକ ବର୍ଷ ୨୦୨୨-୨୩ରେ ଏସିଆନ ପେଣ୍ଟ୍ସର ଆୟ ୩୪,୪୮୮ କୋଟି ଥିଲା।

ଆହୁରି ପଢ଼ନ୍ତୁ: ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ

   Related Posts