କେତେବେଳେ ଟଙ୍କା ପାଇଁ ଓ୍ବେଟର ତ,ଆଉ କେତେବେଳେ ମନରେଗାରେ ଶ୍ରମିକ, ଏବେ ଦେଶ ପାଇଁ ଆଣିଲେ ବ୍ରୋଞ୍ଜ

Published By : Prameya-News7 Bureau | October 10, 2023 IST

ନୂଆଦିଲ୍ଲୀ ୧୦।୧୦: ଦିନମଜୁରୀଆଙ୍କ ପୁଅ । ଦିନେ ଫୁଥଫାତ୍‌ରେ ଅଭ୍ୟାସ କରୁଥିଲେ । କିନ୍ତୁ ଆଜି ଭାରତ ପାଇଁ ଆଣିଛନ୍ତି ଗୌରବ । ଏସିଆନ୍‌ ଅଲପିକ୍ସରେ ଚାଲିବାରେ ଜିତିଛନ୍ତି  ବ୍ରୋଞ୍ଜ । ଏ ହେଉଛନ୍ତି ରାମବାବୁ । ଏକ ଦିନ ମଜୁରୀଆ ଘରର ପୁଅ ପାଇଁ ଏତ ସହଜ ନଥିଲା ଏହି ଯାତ୍ରା ।

{"id":855265,"width":837,"height":627,"sizeSlug":"full","linkDestination":"none"}

ଟଙ୍କା ପାଇଁ କେତେବେଳେ ଓ୍ବେଟର କାମ କରୁଥିଲେ ତ, ଆଉ ବେଳେବେଳେ ମନରେଗାରେ ଶ୍ରମିକ ଭାବେ କରୁଥିଲେ କାମ ।  ୟୁପିର ସୋନଭଦ୍ରା ଜିଲ୍ଲାର ଏକ ଛୋଟ ଗାଁର ବାସିନ୍ଦା ହେଉଛନ୍ତି ରାମବାବୁ । ସେ ଏସୀୟ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଉ ୩୫ କିଲୋମିଟର ଚାଲିବାରେ ଭାରତ ପାଇଁ ଜିତିଥିଲେ ବ୍ରୋଞ୍ଜ ପଦକ । ଏମିତିକି ସେ ବେଳେବେଳେ ଗାଁ ଫୁଟପାଥରେ ଅଭ୍ୟାସ କରୁଥିଲେ ।

{"id":855266,"width":839,"height":1490,"sizeSlug":"large","linkDestination":"none"}

ଏକ ଛୋଟ ଟାଇଲ ଘରେ ରୁହନ୍ତି ରାମବାବୁଙ୍କ ପରିବାର । ତାଙ୍କ ପିତା  ହେଉଛନ୍ତି ଛୋଟାଲାଲ । ସେ ଚାଷୀ ଶ୍ରମିକ ଭାବରେ କାମ କରି ଏକାଡେମୀର ଖର୍ଚ୍ଚ ଉଠାଉଥିଲେ ଏବଂ ମା ମୀନା ଦେବୀ ଗାଁରୁ  କ୍ଷୀର ସଂଗ୍ରହ କରି ଖୁଆ ତିଆରି କରି ବଜାରରେ ବିକ୍ରି କରୁଥିଲେ। ପୁଅର ସ୍ୱପ୍ନକୁ ସାକାର କରିବା ବାପା ମା ଦିନରାତି ଏକ କରି ଦେଇଥିଲେ । ରାମବାବୁ ବାପାଙ୍କୁ ସାହାଯ୍ୟ କରିବାକୁ ମନରେଗାରେ ମଧ୍ୟ କାମ କରୁଥିଲେ । ଏମିତିକି ଟଙ୍କା ପାଇଁ ୱେଟର ଭାବରେ ମଧ୍ୟ କାମ କରୁଥିଲେ ।

{"id":855267,"width":837,"height":538,"sizeSlug":"full","linkDestination":"none"}

ରାମବାବୁ ଗତବର୍ଷ ଗୁଜୁରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ଖେଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଲାଇମଲାଇଟକୁ ଆସିଥିଲେ । ନିକଟରେ ପାଣି ସମସ୍ୟାକୁ  ଜିଲ୍ଲା ପ୍ରଶାସନର ସାମ୍ନାକୁ ଆଣିଥିଲେ । ଯାହା ଫଳରେ ଘର ଦୁଆରେ  ଲାଗିଥିଲା ହ୍ୟାଣ୍ଡପମ୍ପ ଲଗାଯାଇ ସମସ୍ଯାର ସମାଧାନ ହୋଇଥିଲା । ଏହା ପରେ ସେନାରେ ହାଭିଲଦାର ଭାବେ ରାମବାବୁଙ୍କୁ ମିଳିଥିଲା ନିଯୁକ୍ତି । ଦରମା ପାଇବା ପରେ ଘରର ଆର୍ଥିକ ଅବସ୍ଥା ଟିକେ ସୁଧୁରିଥିଲା । ଏହାପରେ ସେ ପୁଣି ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ ଏବଂ ଆଜି ଏସିଆନ୍‌ ଗେମ୍ସରେ ବୋଞ୍ଜ ହାସଲ କରିଛନ୍ତି ।

{"id":855268,"width":840,"height":630,"sizeSlug":"full","linkDestination":"none"}

ରାମବାବୁଙ୍କ ପ୍ରାଥମିକ ଶିକ୍ଷା ଗାଁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିଲା । ପରେ ସେ ନବୋଦୟ ବିଦ୍ୟାଳୟରେ ମନୋନୀତ ହୋଇଥିଲେ ଏବଂ ଶିକ୍ଷା ଗ୍ରହଣ କରିଥିଲେ । ରାମବାବୁଙ୍କର ୩ ଭଉଣୀ । ୨ ବଡ଼ ଭଉଣୀ ପୂଜା ଏବଂ କିରଣ ବିବାହ କରିସାରିଥିବା ବେଳେ ସାନ ଭଉଣୀ ସୁମନ ଇଞ୍ଜିନିୟରିଂରେ ଆଡମିଶନ କରିଛନ୍ତି । ଆଉ ନିଜ ସ୍ବପ୍ନ ପୂରଣ କରିବାକୁ ଚେଷ୍ଠା କରୁଛନ୍ତି ।  ରାମବାବୁ ଏସୀୟ ଗେମ୍ସରେ ପହଞ୍ଚିଥିବା ଜିଲ୍ଲାର ପ୍ରଥମ ଆନ୍ତର୍ଜାତୀୟ ଖେଳାଳି । ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।  

You Can Read:

wp:embed {"url":"https://www.prameyanews7.com/driver-claims-he-was-kidnapped-by-his-runaway-electric-car/","type":"wp-embed","providerNameSlug":"prameya-news-7"}
https://www.prameyanews7.com/driver-claims-he-was-kidnapped-by-his-runaway-electric-car/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.