WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Asian Games 2023 Highlights: ଭାରତ ୧୦ମ ଦିନରେ ଜିତିଲା ୯ ପଦକ, ଖାତାକୁ ଆସିଲା ୨ଟି ସ୍ଵର୍ଣ୍ଣ

3/10/2023 at 9:59 PM

ନୂଆଦିଲ୍ଲୀ: ଭାରତ ଏସୀୟ କ୍ରୀଡ଼ା ୨୦୨୩ର ୧୦ମ ଦିନରେ ୯ଟି ପଦକ ହାସଲ କରିଛନ୍ତି। ଭାରତ ଆଜି ୫ଟି କାଂସ୍ୟ, ୨ଟି ସ୍ଵର୍ଣ୍ଣ ଓ ୨ଟି ରୌପ୍ୟ ନିଜ ନାମରେ କରିଛି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୬୯କୁ ବୃଦ୍ଧି ଘଟିଛି। ମଙ୍ଗଳବାର ପ୍ରଥମ ପଦକ ଅର୍ଜୁନ ସିଂ ଓ ସୁନୀଲ ସିଂ ସଲାମ ଜିତିଛନ୍ତି। ଉଭୟ ୧୦୦୦ ମିଟର କ୍ୟାନୋ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ ଅନ୍ନୁ ରାଣୀ ଜାଭେଲିନରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଅଧିକ ପଢନ୍ତୁ- ଭାରତର ଆତିଥ୍ୟକୁ ପାକ୍ କ୍ରିକେଟର ଶାଦବ ଖାନ୍‌ଙ୍କ ପ୍ରଶଂସା, ହାଇଦ୍ରାବାଦୀ ବିରିୟାନୀରେ ହେଲେ ଦିୱାନା

ଅନ୍ନୁଙ୍କ ବ୍ୟତୀତ ପାରୁଲ ଚୌଧୁରୀ ଭାରତକୁ ସ୍ଵର୍ଣ୍ଣ ପଦକ  ଜିତାଇଛନ୍ତି। ପାରୁଲ ମହିଳା ୫୦୦୦ ମିଟର ଦୌଡ଼ରେ ଭାରତକୁ ଏହି ପଦକ ଜିତାଇଛନ୍ତି। ଏହା ବ୍ୟତୀତ କବାଡ଼ି ଦଳ ବାଂଲାଦେଶକୁ ହରାଇ ଏସୀୟ କ୍ରୀଡ଼ାରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ତୀରନ୍ଦାଜିରେ  ଜ୍ୟୋତି ଓ ଆଦିତି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ପୁରୁଷ କ୍ରିକେଟ୍ ଦଳ ନେପାଳକୁ ୨୩ ରନରେ ହରାଇ ସେମିରେ ପ୍ରବେଶ କରିଛି। ଅଭିଷେକ ବର୍ମା ପୁରୁଷ ଏକକ ତୀରନ୍ଦାଜିର ଫାଇନାଲ୍‌ରେ ପହଞ୍ଚି ପଦକ ଆଶା ବଜାୟ ରଖିଛନ୍ତି। ଲଭଲିନା ବୋର୍ଗୋହେନ ନିଜ ବର୍ଗରେ ଫାଇନାଲ୍‌ରେ ପହଞ୍ଚି

ମୋଟ୍ ପଦକ- ୬୯, ସ୍ଵର୍ଣ୍ଣ- ୧୫, ରୌପ୍ୟ- ୨୬, କାଂସ୍ୟ- ୨୮

ଆଜି କିଏ କେଉଁ ପଦକ ଜିତିଲେ

କାଂସ୍ୟ- ଅର୍ଜୁନ ସିଂ ଓ ସୁନୀଲ ସିଂ ସଲାମ(୧୦୦୦ ମିଟର କ୍ୟାନୋ ଡବଲ)

କାଂସ୍ୟ- ପ୍ରୀତି ପାଓ୍ଵାର(ବକ୍ସିଂ)

କାଂସ୍ୟ- ବିଦ୍ୟା ରାମରାଜ(୪୦୦ ମିଟର ହର୍ଡଲ ଦୌଡ଼)

ସ୍ଵର୍ଣ୍ଣ- ପାରୁଲ ଚୌଧୁରୀ(୫୦୦୦ ମିଟର ଦୌଡ଼)

ରୌପ୍ୟ- ମହମ୍ମଦ ଅଫସଲ(୮୦୦ ମିଟର)

କାଂସ୍ୟ- ପ୍ରବୀଣ ଚିତ୍ରଓ୍ଵେଲ(ଟ୍ରିପଲ ଜମ୍ପ)

ରୌପ୍ୟ- ତେଜସ୍ଵୀନ ଶଙ୍କର(ଡେଜାଥଲନ)

ସ୍ଵର୍ଣ୍ଣ- ଅନ୍ନୁ ରାଣୀ(ଜାଭେଲିନ)

କାଂସ୍ୟ- ନରେନ୍ଦ୍ର ବେରଓ୍ଵାଲ(ବକ୍ସର ୯୨ କିଗ୍ରା)

   Related Posts