scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସୀୟ କ୍ରୀଡ଼ା କ୍ରିକେଟ୍‌; ଜୟଶୱାଲଙ୍କ ଶତକ, ନେପାଳ ବୋଲରଙ୍କୁ ନିର୍ଘାତ ପିଟିଲେ ରିଙ୍କୁ

3/10/2023 at 8:41 AM

ମୁମ୍ବାଇ ୦୩।୧୦: ଏସିୟ କ୍ରୀଡା କ୍ରିକେଟରେ ଗର୍ଜିଲା ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ । ଭାରତ ଓ ନେପାଳ ମ୍ୟାଚରେ ଚମକିଲେ ଯସଶ୍ରୀ ଜୟଶୱାଲ । ହାଙ୍ଗଝୌରେ ଚାଲୁଥିବା ଟି-୨୦ରେ ମ୍ୟାଚରେ ପ୍ରଥମ ଶତକୀୟ ପାଳି ଖେଳିଛନ୍ତି । ସେପପରି ଦୁର୍ଦ୍ଦାନ୍ତ ହିଟର ରିଙ୍କୁ ସିଂହ ଅନ୍ତିମ ପାଞ୍ଚ ଓଭରରେ ଫିନିସିଂ ଟଚ୍ ଦେଇଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୦୨ର ବିଶାଳ ସ୍କୋର ଛିଡ଼ା କରିଛି । ନେପାଳ ସାମ୍ନାରେ ୨୦୩ ରନର ବିଜୟ ଲକ୍ଷ୍ୟ ରହିଛି । ସେପଟେ ଲକ୍ଷ୍ୟକୁ ପିଛା କରି ନେପାଳ ଖେଳ ଜାରି ରଖିଛି ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନର ପାହାଡ଼ ଭଳି ସ୍କୋର ଛିଡ଼ା କରିଛି । ଯସଶ୍ରୀ ଜୟଶୱାଲ ମାତ୍ର ୪୯ ବଲ୍‌ରେ ସେଞ୍ଜୁରୀ ମାରିଛନ୍ତି । ସେହିପରି ଅଧିନାୟକ ରିତୁରାଜ୍ ଗାଏକ୍ବାଡ୍ ୨୫ ରନ୍ କରିଥିବା ବେଳେ ଶିବମ ଦୁବେ ୨୫ ସଂଗ୍ରହ କରିଥିଲେ । ଅନ୍ୟପଟେ ବ୍ୟାଟର ରିଙ୍କୁ ସିଂହ ଶେଷ ସମୟରେ ଆସି ଫିନିସିଂ ଟଚ୍ ଦେଇଛନ୍ତି । ମାତ୍ର ୧୫ରେ ୩୭ ରନ୍‌ର ଲଢୁଆ ପାଳି ଖେଳୁଛନ୍ତି ।

   Related Posts