ବାଏ ବାଏ ଜାକର୍ତ୍ତା, ୨୦୨୨ରେ ଚୀନରେ ହେବ ପରବର୍ତ୍ତୀ ଏସୀୟ କ୍ରିଡା
3/09/2018 at 3:14 PM

ଜାକର୍ତା ୩।୯: ସତରଙ୍ଗୀ ଆଲୋକମାଳା ।.. ଆଖି ଝଲସେଇ ଦେଲା ଭଳି ଆତସବାଜୀ ।.. ଲେଜର ସୋ । ଜାକର୍ତ୍ତାକୁ ଗୁଡ୍ ବାୟ କହିଛନ୍ତି କ୍ରୀଡ଼ାବିତ୍ । ସରିଛି ଅଷ୍ଟାଦଶ ଏସିଆନ ଗେମ୍ସ । ଅଷ୍ଟାଦଶ ଏସୀୟ କ୍ରିଡାରେ ଭାରତ ସର୍ବକାଳୀ ଅଧିକ ସଂଖ୍ୟକ ମେଡାଲ ହାସଲ କରିଛି । ଭାରତକୁ ସମୁଦାୟ ୭୬ଟି ପଦକ ହାସଲ କରିଛି । ଏଥିରେ ରହିଛି ୧୫ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଏବଂ ୩୦ଟି କାଂସ୍ୟ ପଦକ ରହିଛି। ପଦକ ତାଲିକାରେ ଭାରତ ୮ମ ସ୍ଥାନରେ ରହିଥିବାବେଳେ ଚୀନ, ଜାପନ ଏବଂ ଦକ୍ଷିଣ କୋରିଆ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି।
ଉଦ୍ଯାପନୀ ଉତ୍ସବ ଆରମ୍ଭରେ ୨୦୨୨ ଏସିଆଡ୍ ଆୟୋଜକ ଚୀନ୍ କୁ ପ୍ରତିଯୋଗିତା ମାଶାଲ ଓ ଓସିଏ ପତାକା ପ୍ରଦାନ କରାଯିବା ପରେ ଆରମ୍ଭ ହୋଇଯାଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଦୁଇ କଣ୍ଠଶିଳ୍ପୀ ବାମ୍ସ ଓ ଲି ସିମାନଜୁଣ୍ଟାକ୍ ସଂଗୀତ ପରିବେଷଣ କରିଥିଲେ ।
ଗେଲୋରା ବଙ୍ଗ କାର୍ଣ୍ଣୋ ଷ୍ଟାଡିୟମରେ ରବିବାର ଥିଲା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଅନ୍ତିମ ଦିବସ । ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆତସବାସୀ ମଧ୍ୟରେ ଆରମ୍ଭ ହୋଇଥିଲା ଉଦଯାପନୀ ଉତ୍ସବ । ପ୍ରଥମେ ଇଣ୍ଡୋନେସିଆର ଜାତୀୟ ସଂଗୀତ ଗାନ କରାଯାଇଥିଲା ।.ପରେ ଜାତୀୟ ପୋଲିସ ଏକାଡେମୀ ମାର୍ଚ୍ଚ ଫାଷ୍ଟ । ସେମାନଙ୍କ ପଛେ ପଛେ ପ୍ରବେଶ କରିଥିଲେ ବିଭିନ୍ନ ଦେଶର ପ୍ରତିଯୋଗୀ। ପରେ ପରେ ଭଲ୍ୟୁଣ୍ଟର ଓ ଏମାନଙ୍କ ସହ ୩ ମାସ୍କଟ ଭିନ୍ ଭିନ୍, ଆତୁଙ୍ଗ, କାକା- ଷ୍ଟାଡିୟମରେ ପ୍ରବେଶ କରିଥିଲେ ।.. କଣ୍ଠ ଶିଳ୍ପୀ ଇସ୍ୟାନା ସରାବତୀ କ୍ରୀଡ଼ାବିତ୍ଙ୍କ ଉଦ୍ଦେଶ୍ୟରେ ପ୍ରଥମେ ସଂଗୀତ ପରିବେଷଣ କରିଥିଲେ ।..
ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡା, ଉପ ରାଷ୍ଟ୍ରପତି ମହମ୍ମଦ ଜୁସୁଫ ଖଲିଫା କ୍ରିଡାବିତ୍ ଓ ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ଅଲମ୍ପିକ୍ କାଉନସିଲ୍ ଅଫ୍ ଏସିଆ ର ସଭାପତିଙ୍କ ବକ୍ତବ୍ୟ ଅଗଣିତ ଇଣ୍ଡୋନେସିଆ ନାଗରିକଙ୍କୁ ଗର୍ବ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ସେ ଜାକର୍ତ୍ତାକୁ ଧନ୍ୟବାଦ ଦେଇଥିଲେ । ଆତିଥ୍ୟ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। କ୍ରୀଡ଼ା ପ୍ରତିଯୋଗିତାକୁ ଐତିହାସିକ ସଫଳତା ବୋଲି ଘୋଷଣା କରିବା ସହ ୧୩ ହଜାର ଭଲ୍ୟୁଣ୍ଟର ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଥିଲେ ।
….ଭରାତୀୟ ଗାୟକ ସିଦ୍ଧାର୍ଥ ସ୍ଲାଥିୟା ଉଦଯାପନୀ ଉତ୍ସବର ଥିଲେ ଅନ୍ୟତମ ମୁଖ୍ୟ ଆକର୍ଷଣ । ‘କୋଇ ମିଲ୍ ଗୟା’ ଗୀତ ଗାଇ ସେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲେ । … ସେହପରି ଇଣ୍ଡୋନେସିଆର ଗାୟିକା ଡୋନାଡାଙ୍କ କଣ୍ଠରୁ ଝରିଆସିଥିଲା ବଲିଉଡ୍ ର ହିଟ୍ ନମ୍ବର ‘କୁଛ୍ କୁଛ୍ ହୋତା ହେ’…ଝୁମିଥିଲେ କ୍ରୀଡ଼ା ପ୍ରେମୀ ଓ ଦର୍ଶକ ।… କୋରିଆ ଗାୟକ ସୁପର ଜୁନିୟରଙ୍କ ପପ୍ ଓ ଡ୍ୟାନ୍ସ ସହ ଉତ୍ସବ ସରିଥିଲା ।
ଉତ୍ସବରେ ଇଣ୍ଡୋନେସିଆର କଳା, ସଂସ୍କୃତିକୁ ପ୍ରାଧ୍ୟାନ୍ୟ ଦିଆଯାଇଥିଲା । ସବୁ ଦେଶର ପ୍ରତିଯୋଗୀ ଏକାଠି ଭାଇଚାରାର ବାର୍ତ୍ତା ଦେଇଥିଲେ ।