ପୁରୁଷ ହକି ସେମିଫାଇନାଲ୍ ରେ ଭାରତ ମାଲେସିଆଠାରୁ ପରାସ୍ତ

Published By : Prameya-News7 Bureau | August 31, 2018 IST

ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣ ପଦକ ଜିତିବା ଆଶା ମଉଳି ଯାଇଛି। ଗୁରୁବାର ମାଲେସିଆଠାରୁ ୬-୭ ଗୋଲ୍ ରେ ହାରିବା ପରେ ଏସିଆଡ଼୍ରେ ଲଗାତାର ଦ୍ୱିତୀୟ ବାର ବିଜେତା ହେବା ସ୍ୱପ୍ନ ବି ଭାଙ୍ଗି ଚୁର୍ ମାର୍ ହୋଇ ଯାଇଛି। ଭାରତକୁ ୭-୬ରେ ଗୋଲରେ ହରାଇଛି ମାଲେସିଆ । ୨-୨ରେ ମ୍ୟାଚ୍ ଅମିମାଂସିତ ରହିବାରୁ ପେନାଲଟି ସୁଟ୍ ଆଉଟର ସାହାଯ୍ୟ ନିଆଯାଇଥିଲା । ଯେଉଁଥିରେ ମ୍ୟାଚ ଜିତିଯାଇଥିଲା ମାଲେସିଆ । ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ ମୁକାବିଲାରେ ଭାରତ ୨-୧ରେ ଆଗୁଆ ଥିଲା ବେଳେ ଶେଷ ମିନିଟ୍ ରେ ଗୋଟିଏ ଗୋଲ୍ ଦେଇଥିଲା ମାଲେସିଆ । ଏହା ପରେ ପେନାଲ୍ଟି ସୁଟଆଉଟ୍ ର ୫ ସଟ୍ ରେ ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍ କରି ପୁଣି ଥରେ ବରାବର ସ୍ଥିତିରେ ରହିଥିଲେ। ହେଲେ ମାଲେସିଆ ଚମତ୍କାର ବିଜୟ ହାସଲ କରି ଫାଇନାଲ ଟିକେଟ ହାତେଇଛି । ଶନିବାର ଫାଇନାଲରେ ଜାପାନ ଓ ମାଲେସିଆ ମୁକାବିଲା ହେବ । ତେବେ ପରାଜୟ ପରେ ଭାରତ ଏବେ ବ୍ରୋଞ୍ଜ ପଦକ ପାଇଁ କାଲି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଲଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.