ଏସିଆନ ଗେମ୍ସ ପୁରୁଷ ହକି ସେମିଫାଇନାଲରେ ଆଜି ଭାରତ-ମାଲେସିଆ ମୁକାବିଲା

Published By : Prameya-News7 Bureau | August 29, 2018 IST

ଭୁବନେଶ୍ୱର ୩୦/୮(ବ୍ୟୁରୋ) : ଏସିଆନ ଗେମ୍ସ ପୁରୁଷ ହକି ସେମିଫାଇନାଲରେ ଆଜି ଭାରତ-ମାଲେସିଆ ମୁକାବିଲା । ଜାକାର୍ତ୍ତା ଜିବିକେ ଷ୍ଟାଡିୟମରେ ଆଜି ଦିନ ୪ଟାରେ ଏହି ମ୍ୟାଚ୍ ଖେଳାଯିବ । ଗତ ମଙ୍ଗଳବାର ପୁଲ-ଏ ମୁକାବିଲାରେ ଶ୍ରୀଲଙ୍କାକୁ ୨୦-୦ ଗୋଲରେ ମାତ ଦେଇ ସେମିରେ ସ୍ଥାନ ପକ୍କା କରିଥିଲା ହକି ଇଣ୍ଡିଆ । ଷ୍ଟ୍ରାଇକର ଆକାଶଦୀପ ସିଂହ, ରୁପିନ୍ଦର ପାଲ ସିଂହ, ହରମନ ପ୍ରୀତ୍ ସିଂହ ଏବଂ ମନଦୀପ ସିଂହଙ୍କ ଦମଦାର ପ୍ରଦର୍ଶନ ପାଇଁ ସେମିକୁ ଉତୀର୍ଣ୍ଣ କରିଛି ଭାରତ । ଏସିଆନ ଗେମ୍ସରେ ଭଲ କରି ଚାଲିଥିବା ହକି ଇଣ୍ଡିଆ ଆଜି ମାଲେସିଆକୁ ହରାଇ ଫାଇନାଲରେ ପ୍ରବେଶ କରିବ ବୋଲି ଆଶା ରହିଛି । ତେଣୁ ଆଜି ମ୍ୟାଚ ଉପରେ ଭାରତବାସୀଙ୍କ ନଜର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.