suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଦବଦବା ଜାରି

28/10/2018 at 11:44 AM

ଭୁବନେଶ୍ୱର ୨୮/୧୦ : ସେମିଫାଇନାଲରେ ଏସିଆନ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ଜାପାନକୁ ୩-୨ ଗୋଲରେ ହରାଇ ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ। ଫାଇନାଲରେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନ ସହ ହେବ ଟକ୍କର। ମ୍ୟାଚରେ ଭାରତକୁ କଡା ଟକ୍କର ଦେଇଥିଲା ଜାପାନ। ଖେଳର ୧୯ ମିନିଟରେ ଭାରତ ପାଇଂ ପ୍ରଥମ ଗୋଲ ସ୍କୋର କରିଥିଲେ ଯୁବ ଷ୍ଟ୍ରାଇକର ଗୁରୁଜନ୍ତ ସିଂ। ରିଭର୍ସ ହିଟରେ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ତେବେ ମାତ୍ର ତିନି ମିନିଟ ପରେ ପେନାଲ୍ଟି କର୍ଣ୍ଣର ଜରିଆରେ ଜାପାନ ଗୋଲ ସୁଝି ଦେଇଥିଲା। ତେବେ ମ୍ୟାଚର ୪୪ ମିନିଟରେ ଭାରତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା। ଚିଙ୍ଗଲେନସାନା ସିଂ ଏହି ଗୋଲଟି ଦେଇଥିଲେ। ଏହାର ମାତ୍ର ୫ ମିନିଟ ପରେ ଦିଲପ୍ରିତ ଆଉ ଗୋଟିଏ ଗୋଲ ଦେଇ  ଗୋଲ ବ୍ୟବଧାନକୁ ବଢାଇବା ସହ ମ୍ୟାଚକୁ ଭାରତ ପକ୍ଷକୁ ମୋଡି ଦେଇଥିଲେ। ତେବେ ଭାରତର ଖୁସି ଗୋଟିଏ ମିନିଟ ପରେ ଉଭେଇ ଯାଇଥିଲା। ପେନାଲ୍ଟି କର୍ଣ୍ଣର ଜରିଆରେ ଜାପାନ ଆଉ ଗୋଟିଏ ଗୋଲ ଦେଇ ଗୋଲ ବ୍ୟବଧାନକୁ କମାଇଥିଲା। ତାପରେ ଭାରତୀୟ ଗୋଲ ପୋଷ୍ଟ ଉପରେ ଜାପାନ ଘନ ଘନ ଆକ୍ରମଣ ଜରିରଖିଥିଲା। କିନ୍ତୁ ଭାରତୀୟ ରକ୍ଷଣବିଭାଗ ଖେଳାଳି ଜାପାନକୁ କୌଣସି ମୌକା ଦେଇନଥିଲେ। ସେପଟେ ଦ୍ବିତୀୟ ସେମିଫାଇନାଲରେ ମାଲେସିଆକୁ ପେନାଲ୍ଟି ସୁଟଆଉଟରେ ୩-୧ ଗୋଲରେ ହରାଇଛି ପାକିସ୍ତାନ। ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୪ଟି ଲେଖାଏଁ ଗୋଲ ଦେବାରୁ ମ୍ୟାଚର ଫଳାଫଳ ପେନାଲ୍ଟି ସୁଟଆଉଟରେ ହୋଇଥିଲା।

   Related Posts