ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି : ପାକିସ୍ତାନକୁ ୩-୧ ଗୋଲରେ ହରାଇଲା ଭାରତ, କମାଲ କଲେ ହରମନପ୍ରୀତ ସିଂହ

Published By : Prameya-News7 Bureau | December 17, 2021 IST

ଢାକା ୧୭/୧୨ : ବାଂଲାଦେଶର ଢାକାରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିରେ ପାକିସ୍ତାନକୁ ଚିତପଟାଙ୍ଗ କରିଛି ଭାରତ । ପାକିସ୍ତାନକୁ ୩-୧ ଗୋଲରେ ମାତ୍‌ ଦେଇଛି ଭାରତୀୟ ହକି ଦଳ । ଭାରତ ପକ୍ଷରୁ ହରମନପ୍ରୀତ୍‌ ସିଂହ ୨ଟି ଗୋଲ ସ୍କୋର କରିଛନ୍ତି । ଆକାଶଦୀପ ସିଂହ ମଧ୍ୟ ଗୋଟିଏ ଗୋଲ ଦେଇଛନ୍ତି ।

ତୃତୀୟ କ୍ବାର୍ଟରରେ ପାକିସ୍ତାନ ପକ୍ଷରୁ ଜୁନୈଦ ମନଜୋର ଏକ ମାତ୍ର ଗୋଲ କରିବାକୁ ସକ୍ଷମ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତ ପୂର୍ବ ମ୍ୟାଚରେ ବାଂଲାଦେଶକୁ ୯-୦ ଗୋଲରେ ହରାଇଥିଲା । ଦୀଲପ୍ରୀତ ସିଂହ ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.