ଏସିଆନ୍ ବକ୍ସିଂ ଚମ୍ପିଅନ୍‌ସିପ; ଲଭ୍‌ଲିନା, ପରଓ୍ବିନ, ସ୍ବିଟି ଓ ଆଲ୍‌ଫିଆଙ୍କୁ ସ୍ବର୍ଣ୍ଣ ପଦକ, ରୌପ୍ୟ ଜିତିଲେ ମିନାକ୍ଷୀ

Published By : Prameya-News7 Bureau | November 13, 2022 IST

ନୂଆଦିଲ୍ଲୀ: ଏସିଆନ୍ ବକ୍ସିଂ ଚମ୍ପିଅନ୍‌ସିପରେ ଭାରତୀୟ ଖେଳାଳି କମାଲ୍ କରିଛନ୍ତି । ମହିଳା ବର୍ଗ ବକ୍ସିଂରେ ଲଭ୍‌ଲିନା ବୋରଗୋହେନ, ପରଓ୍ବିନ ହୁଡ୍ଡା, ସ୍ବିଟି ଓ ଆଲ୍‌ଫିଆ ଖାନଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି । ସେହପରି ମିନାକ୍ଷୀ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

ଜୋର୍ଡନର ଓମାନରେ ଚାଲୁଛି ଏସିଆନ୍ ବକ୍ସିଂ ଚମ୍ପିଅନ୍‌ସିପ୍ । ଏହି କିକ୍ ବକ୍ସିଂରେ ଭାରତର ମହିଳା ଆର୍ଥଲେଟ୍ ଲଭ୍‌ଲିନା ବୋରଗୋହେନ ୭୫ କିଲୋ ବର୍ଗରେ, ପରଓ୍ବିନ୍ ହୁଡ୍ଡା ୬୪ କିଲୋ ବର୍ଗରେ, ସ୍ବିଟି ୮୨ କିଲୋ ଓ ଆଲ୍‌ଫିଆ ଖାନ ୮୧ କିଲୋ ବର୍ଗରେ ଭାଗ ନେଇଛନ୍ତି । ଅଲମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ଲଭ୍‌ଲିନା ଉଜବେକିସ୍ଥାନର ରୁଜମେତୋଓ୍ବା ସୋଖିବାଙ୍କୁ ୫-0 ପଏଣ୍ଟରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ପରଓ୍ବିନ ହୁଡ୍ଡା ଜାପାନର କିଟୋ ମାଇଙ୍କୁ ପରାସ୍ତ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି ।  

ଏହାପରେ ସ୍ବିଟି ଓ ଆଲଫିଆ କାଜକିସ୍ତାନର ଗୁଲସାୟା ୟେରିଜାନ ଓ ଜର୍ଡନର ଇସ୍ଲାମ ହୁସୈଲିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅନ୍ୟପଟେ ମିନାକ୍ଷୀ ଏସିଆନ୍ ବକ୍ସିଂ ଚମ୍ପିଅନ୍ସିପର ପଦାର୍ପଣ ମ୍ୟାଚରେ ୫୨ କିଲୋ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ସ୍ବର୍ଣ୍ଣ ପଦକ ଜିତିବା ପରେ ଲଭ୍‌ଲିନାଙ୍କ ମନବଳ ଦୃଢ ହୋଇଛି । ଏହା ପୂର୍ବରୁ ଅଲମ୍ପିକ୍ସରେ କାଂସ୍ୟ ଜିତି ଖରାପ ଫର୍ମରେ ଚାଲୁଥିଲେ । ସେହିପରି ବିଶ୍ବ କମନ୍ ଓ୍ବେଲଥ ଗେମ୍‌ରେ ଆରମ୍ଭରୁ ଖରାପ ପ୍ରଦର୍ଶନ କରି ପ୍ରତିଯୋଗୀତାରୁ ବାହାରି ଯାଇଥିଲେ ।  ଉଭୟ ଲଭ୍ଲିନା ଓ ପରଓ୍ବିନ ଆରମ୍ଭରୁ ଧିମା ଖେଳି ପରେ ହମଲା କରିଥିଲେ । ଶେଷ ସମୟରେ ଧମ୍ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଏସିଆନ୍ ବକ୍ସିଂ ଚମ୍ପିଅନ୍ସିପ୍‌ରେ ଏହା ଲଭ୍ଲିନାଙ୍କ ତୃତୀୟ ପଦକ । ପ୍ରଥମ ପଦକ ୨୦୧୭ରେ ଓ ଦ୍ବିତୀୟ ପଦକ ୨୦୨୧ରେ ହାସଲ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.