ଏସିଆ ଏକାଦଶ T-20 ଟିମ୍‌ରେ କୋହଲି, ପନ୍ଥଙ୍କ ସହ ୬ ଭାରତୀୟ , ମୁଜିବୁର ରେହମାନ୍ ଶତବାର୍ଷିକୀ ସିରିଜ୍‌ରେ ବିଶ୍ବ ଏକାଦଶ ସହ ଟକ୍କର

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨: ଆସନ୍ତା ୧୮ ଓ ୨୧ ତାରିଖରେ ବିଶ୍ବ ଏକାଦଶ ବିରୋଧରେ ଦୁଇଟି ଟି-ଟ୍ବେଣ୍ଟି ଖେଳିବ ଏସିଆ ଏକାଦଶ । ବିଶ୍ବ ଏକାଦେଶ ବିରୋଧରେ ଏସିଆ ଏକାଦେଶ ଏହି ଦୁଇଟି ମ୍ୟାଚ୍‌ ଖେଳିବ । ତେବେ ଚୟନ କରାଯାଇଥିବା ଏସିଆ ଏକାଦେଶ ଟିମ୍‌ରେ ଛଅଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ମୁଜିବୁର ରେହମାନ ଶତବାର୍ଷିକୀ ଉପଲକ୍ଷେ ଏହି ଦୁଇଟି ମ୍ୟାଚ୍‌ ଆୟୋଜନ କରାଯାଉଛି । ଯାହା ବିଶ୍ବ ଏକାଦେଶ ଓ ଏସିଆ ଏକାଦେଶ ମଧ୍ୟରେ ଖେଳାଯିବ ।

ଏସିଆ ଏକାଦଶ ପାଇଁ ଚୟନ କରାଯାଇଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ବିରାଟ କୋହଲି, ରିଷଭ ପନ୍ଥ, କେଲ୍‌ ରାହୁଲ୍, ଶିଖର ଧାଓ୍ବନ୍, ମହମ୍ମଦ ସାମି ଓ କୁଳଦୀପ ଯାଦବ । କିନ୍ତୁ କେଲ୍‌ ରାହୁଲ କେବଳ ଗୋଟିଏ ମ୍ୟାଚ୍‌ ପାଇଁ ଚୟନ କରାଯାଇଛି । ସେହିପରି ଭାରତୀୟ ଅଧିନାୟକ କୋହଲିଙ୍କ ଚୟନ କରାଯାଇଥିଲେ ମଧ୍ୟ କେଉଂ ମ୍ୟାଚ୍‌ରେ ଖେଳିବେ ତାହା ସ୍ଥିର ହୋଇନାହିଁ । ଭାରତୀୟ ଦଳର ବ୍ୟସ୍ତ କାର୍ଯ୍ୟସୂଚୀ ଦେଖି ତାଙ୍କୁ କେଉଁ ମ୍ୟାଚ୍‌ ପାଇଁ ଚୟନ କରାଯାଇନାହିଁ । ନ୍ୟୁଜିଲାଣ୍ଡ ଗସ୍ତ ସରିବା ପରେ ଏହି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଭାରତୀୟ କ୍ରିକେଟ୍ ଟିମ୍ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ଆସନ୍ତା ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ରହିଛି ଭାରତୀୟ ଗସ୍ତ ସୂଚୀ କାର୍ଯ୍ୟକ୍ରମ । ତେବେ ନ୍ୟୁଜିଲାଣ୍ଡ ଗସ୍ତ ପରେ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳିବ । ସିରିଜର ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ। ୧୫ତାରିଖରେ ଦ୍ବିତୀୟ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ବେଳେ ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୮ ତାରିଖ ଦିନ କୋଲକାତାରେ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ପରେ ମାର୍ଚ୍ଚ ୨୯ରୁ ଆଇପିଏଲ୍‌ ଆରମ୍ଭ ହେବ । ଏହି ସମସ୍ତ ଗସ୍ତ ଭିତରେ ଭାରତୀୟ ଦଳ କିପରି ଏସିଆ ଏକାଦେଶ ସହିତ ଜଡିତ ହେବା ତାହା ଏବେ ଚର୍ଚ୍ଚାର ବିଷୟ ।    

ବାଂଲାଦେଶ ପକ୍ଷରୁ ତମିମ ଇକବାଲ, ଲିଟନ୍ ଦାସ, ମୁଶଫିକର ରହିମ, ମୁସ୍ତଫିଜୁର । ନେପାଳ ପକ୍ଷରୁ ସ୍ପିନର ସନ୍ଦୀପ ଲାମିଛାନେ ମଧ୍ୟ ୧୫ଜଣିଆ ଟିମ୍‌ରେ ସ୍ଥାନ ମିଳିଛି ।

ଏସିଆ ଏକାଦଶ- କେଲ୍‌ ରାହୁଲ, ଶିଖର ଧାଓ୍ବନ, ତମିମ ଇକବାଲ, ବିରାଟ କୋହଲି, ଲିଟନ ଦାସ୍, ରିଷଭ ପନ୍ଥ, ମୁଶାଫିକୁର ରହିମ୍, ଥିସାରା ପେରେରା, ରାଶିଦ ଖାନ୍, ମୁସ୍ତଫିଜୁର ରହମାନ, ସନ୍ଦୀପ ଲାମିଚାନେ, ଲସିଥ୍ ମାଲିଙ୍ଗା, ମହମ୍ମଦ ସାମି, କୁଳଦୀପ ଯାଦବ, ମୁଜିବ ଉରାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.