ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପାକିସ୍ତାନ ହାତରୁ ଖସିଲା ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର, ମାର୍ଚ୍ଚରେ ଭେନ୍ୟୁ ଉପରେ ନିଷ୍ପତ୍ତି

4/02/2023 at 11:06 PM

ନୂଆଦିଲ୍ଲୀ: ପାକିସ୍ତାନ ହାତରୁ ଖସିଲା ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର। ଶନିବାର ଏସିଆ କ୍ରିକେଟ୍ ପରିଷଦ(ଏସିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଖବର ସାମ୍ନାକୁ ଆସିଛି। ବିସିସିଆଇ ସଂପାଦକ ଜୟ ଶାହ ଏବଂ ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ମଧ୍ୟରେ ଆଜି ବାହାରିନରେ ଅନୁଷ୍ଠିତ ପ୍ରଥମ ଆନୁଷ୍ଠାନିକ ବୈଠକ ପରେ ଏସିସି ଏସିଆ କପ୍‌ ଆୟୋଜନ ପାଇଁ ବିକଳ୍ପ ସ୍ଥାନ ଉପରେ ନିଷ୍ପତ୍ତି ମାର୍ଚ୍ଚରେ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏସିଆ କପ୍ ଆୟୋଜନର ଅଧିକାର ପ୍ରଥମରୁ ପାକିସ୍ତାନକୁ ମିଳିଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୩ ସେପ୍ଟେମ୍ବରରେ ପାକିସ୍ତାନରେ ଖେଳାଯିବାର ଥିଲା। ତେବେ ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ରୋକ୍ ଠୋକ୍ ମନା କରି ଦେଇଛି। ଫଳରେ ଟୁର୍ଣ୍ଣାମେଣ୍ଟ ଅନ୍ୟତ୍ର ଆୟୋଜନ ହେବ। ଏଥିପାଇଁ ଦୌଡରେ ଆଗରେ ରହିଛି  ୟୁଏଇ। ତେବେ ଏହାର ଆନୁଷ୍ଠାନିକ ନିଷ୍ପତ୍ତିକୁ କିଛି ସମୟ ଘୁଞ୍ଚାଇ ଦିଆଯାଇଛି।

ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ଅପିଲ୍ କ୍ରମେ ଏସିସି ସଦସ୍ୟ ଦେଶର ସମସ୍ତ ପ୍ରମୁଖ ଏହି ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ। ଆଉ ଏସିସି ଦ୍ଵାରା ଏସିଆରେ ଖେଳାଯିବାକୁ ଥିବା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରାଯାଇଛି। ଏଥିରେ ଆୟୋଜନ ତାଲିକାରେ ପାକିସ୍ତାନର ନାମ ନାହିଁ।

ଏହା ଉପରେ ସୂଚନା ଦେଇ ବିସିସିଆଇର ଜୈନକ ବରିଷ୍ଠ ଅଧିକାରୀ କହିଛନ୍ତି, ଏସିସିର ସଦସ୍ୟଙ୍କ ଆଜି ବୈଠକ ହୋଇଛି। ବୈଠକ ବହୁତ ସକରାତ୍ମକ ରହିଛି। ମାତ୍ର ଏସିଆ କପ୍ ପାଇଁ ଆୟୋଜନ ସ୍ଥଳ ଉପରେ ଚୂଡାନ୍ତ ନିଷ୍ପତ୍ତି ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। କିନ୍ତୁ ଆଶ୍ଵସ୍ତିର ବିଷୟ ଭାରତର ପାକିସ୍ତାନ ଗସ୍ତ କରିବାର ପ୍ରଶ୍ନ ହିଁ ଉଠୁନି।

ଏ ଖବର ପଢନ୍ତୁ- ଅଷ୍ଟ୍ରେଲିଆ ସିରିଜରେ ଭାରତର ଅସଲ ପରୀକ୍ଷା, ଜିତିଲେ ଦଳକୁ ମିଳିବ ଏହି ସବୁ ସଫଳତା

ପାକିସ୍ତାନ ସଂପ୍ରତି ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏସିଆ କପ୍ ପରି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ପିସିବି ପାଇଁ କ୍ଷତିକାରକ ହୋଇପାରେ, ଏସିସି ଅନୁଦାନ ଦେଉନା କାହିଁକି।

   Related Posts