AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଏସିଆ କପ ସୁପର-୪ ମୁକାବିଲା: ବ୍ୟାଟିଂ କରିବ ଭାରତ, ଟସ ଜିତି ଶ୍ରୀଲଙ୍କାର ଫିଲ୍ଡିଂ ନିଷ୍ପତ୍ତି

6/09/2022 at 7:09 PM

ଦୁବାଇ:  ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ ବ୍ୟାଟିଂ କରିବା ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇବ। ଆଜିର କର ବା ମର ମୁକାବିଲାରେ ଶ୍ରୀଲଙ୍କ ବିପକ୍ଷରେ ଭାରତକୁ ଦମଦାର ପ୍ରଦର୍ଶନ କରିବାକୁ ପଡିବ।

ସୁପର-୪ରେ ନିଜର ପ୍ରଥମ ମୁକିବାଲରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଟିମ ପାକିସ୍ତାନଠାରୁ ୫ ୱିକେଟରେ ପରାଜିତ ହୋଇଥିଲା। ଅନ୍ୟପଟେ ଶ୍ରୀଲଙ୍କା ନିଜର ପ୍ରଥମ ସୁପର-୪ ମୁକାବିଲାରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିଲା।  

ଶ୍ରୀଲଙ୍କ ବିପକ୍ଷରେ ଟିମ୍‌ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ କରିଛି । ରବି ବିଷ୍ଣୋୟୀଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ଶ୍ରୀଲଙ୍କା ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଲୋକେସ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଓ୍ବିକେଟ କିପର), ଦୀପକ ହୁଡ୍ଡା, ହାର୍ଦ୍ଧିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ଯୁଜବେନ୍ଦ୍ର ଚହଲ, ଭୁବେନଶ୍ବର କୁମାର ଏବଂ ଅର୍ଶଦୀପ ସିଂ।

ଶ୍ରୀଲଙ୍କା ଏକାଦଶ: ଦାନୁସ୍କା ଗୁଣତିଲକା, ପାଥୁମ୍‌ ନିଶାଙ୍କା, କୁଶଲ ମେଣ୍ଡିସ୍, ଚରିଥ୍‌ ଆଶାଲଙ୍କା, ଭାନୁକା ରାଜପକ୍ଷେ, ଦାଶୁନ୍‌ ସନାକା, ଓ୍ବାନିନ୍ଦୁ ହାସାରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ଥିକସାନା, ଆସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଧୁସଙ୍କା

   Related Posts