ସୁପର ସଣ୍ଡେରେ ସୁପର ଫାଇଟ୍ : ଏସିଆ କପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

Published By : Prameya-News7 Bureau | August 28, 2022 IST

ନୂଆଦିଲ୍ଲୀ, ୨୮|୦୮: ରବିବାର  ଦୁଲୁକିବ ଦୁବାଇ। ଏସିଆ କପ୍ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ୱୀ ଭାରତ -ପାକିସ୍ତାନ ହାଇଭୋଲ୍ଟଜ ମ୍ୟାଚ୍ । ଭାରତୀୟ ସମୟ ଅନୁସାରେ ରାତି ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

ଏସିଆ କପ୍ ର ଦ୍ବିତୀୟ ମୁକାବିଲାରେ ସାମ୍ନାସାମ୍ନି ହେବେ ଦୁଇ ମହାରଥୀ । ଏଥି ପାଇଁ ଉଭୟ ଦଳ ବଳ କଷିଛନ୍ତି । ଭାରତ ବିଶ୍ୱକପର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଏସିଆ କପ୍ ର ଡିଫେଣ୍ଡିଂ ଚାମ୍ପିୟନ ହେଉଛି ଭାରତ। ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୬ଥର ଏବଂ ପାକିସ୍ତାନ ୨ ଥର ବିଜୟୀ ହୋଇଛି। ୧୦ ମାସ ପୂର୍ବରୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଭାରତକୁ ପାକିସ୍ତାନ ହାତରୁ ପରାଜିତ ହେବାକୁ ପଡ଼ିଥିଲା ।

ପାକିସ୍ତାନର ଗଲା କିଛି ମ୍ୟାଚକୁ ଦେଖିଲେ, ଭାରତ ପାଇଁ ମ୍ୟାଚରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ। ରୋହିତ ଶର୍ମା ପାକିସ୍ତାନକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଭାରତୀୟ ପ୍ରଶଂସକ ଆଶାବାଦୀ । ସେହିପରି ବିରାଟ କୋହଲି ମଧ୍ୟ ଫର୍ମକୁ ଫେରି ଦର୍ଶକଙ୍କ ମୁହଁରେ ହସ ଦେଖିବାକୁ ଚାହିଁବେ। ତେବେ ସୁପର ସଣ୍ଡେର ଏକ ସୁପର ମୁକାବିଲାକୁ ଅପେକ୍ଷା କରିଛନ୍ତି ୨ ଦେଶର ଫ୍ୟାନ୍ ।

ସବୁଠି ସେଇ ଗୋଟିଏ ଚର୍ଚ୍ଚା, ଭାରତ ଜିତିବ ନା ପାକିସ୍ତାନ? ପ୍ରଥମ ମ୍ୟାଚରେ ଆଫ୍ ଗାନିସ୍ତାନ ଦମ୍ ଦାର ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ୮ ୱିକେଟ୍ ରେ ବିଜୟୀ ହୋଇଛି ଆଫ୍ ଗାନିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.