ଏସିଆ କପରେ ଇତିହାସ ରଚିବେ ଜାଡେଜା : ମାଲିଙ୍ଗାଙ୍କ ବଡ ରେକର୍ଡ ଭାଙ୍ଗିବା ପାଇଁ ରହିଛି ସୁଯୋଗ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ : ଆଉ କିଛି ଦିନ ପରେ ଆରମ୍ଭ ହେବ ଏସିଆ କପ୍ । ଗତଥର ଭାରତ ଏହି ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲା । ଚଳିତ ଥର ମଧ୍ୟ ଭାରତ ଫେଭରେଟ୍ । ତେବେ ଭାରତୀୟ ଷ୍ଟାର୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ତାଙ୍କ ପାଖରେ ଏକ ବଡ ମାଇଲଷ୍ଟୋନ୍ ହାସଲର ସୁଯୋଗ ରହିଛି ।

ଜାଡେଜା ଓ ବାଂଲାଦେଶ ଅଧିନାୟକ ଶାକିବ୍ ଅଲ୍ ହାସନଙ୍କ ପାଖରେ ଲସିଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ଏସିଆ କପରେ ସବୁଠୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲର ହେଲେ ମାଲିଙ୍ଗା । ସେ ୧୫ ମ୍ୟାଚରେ ୪.୭୦ ଇକୋନୋମିରେ ୩୩ ଓ୍ୱିକେଟ୍ ନେଇଛନ୍ତି । ସେ ଏବେ କ୍ରିକେଟକୁ ଅଲବିଦା କହି ସାରିଛନ୍ତି । ଫଳରେ ଜଡେଜା ଓ ଶାକିବ୍ ଶ୍ରୀଲଙ୍କାର ଏହି ମହାନ ବୋଲରଙ୍କୁ ପଛରେ ପକାଇପା ପାଇଁ ଚେଷ୍ଟା କରିବେ ।

ଏସିଆ କପରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ଖେଳାଳି ତାଲିକାରେ ପଞ୍ଚମରେ ଅଛନ୍ତି ଶାକିବ । ସେ ୧୮ ମ୍ୟାଚରୁ ୨୪ ଓ୍ୱିକେଟ୍ ନେଇଛନ୍ତି । ମାଲିଙ୍ଗାଙ୍କୁ ପଛରେ ପକାଇବା ପାଇଁ ତାଙ୍କୁ ଆଉ ୧୦ ଓ୍ୱିକେଟ୍ ଦରକାର ।

ସେହିପରି ଜାଡେଜା ଏବେସୁଦ୍ଧା ଏସିଆ କପରେ ୨୨ ଓ୍ୱିକେଟ୍ ନେଇଛନ୍ତି । ତାଙ୍କୁ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଉ ୧୨ ଓ୍ୱିକେଟ୍ ଦରକାର ।

ସୂଚନାଯୋଗ୍ୟ, ଭାରତ ଆସନ୍ତା ୨୮ ତାରିଖରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଟିମ୍ ରୋହିତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ସେହିପରି ବାଂଲାଦେଶ ନିଜ ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଶାରଜାହରେ ଖେଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.