ଏସିଆ କପରେ ମିଳିଲାନି ସଞ୍ଜୁ ସାମସନଙ୍କୁ ସ୍ଥାନ : ପ୍ରଶ୍ନ କଲେ ଫ୍ୟାନ୍- 'ସେ କଣ ଭୁଲ କରିଛନ୍ତି ?'

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ ୦୯/୦୮ : ବିସିସିଆଇ ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ଦଳ ଘୋଷଣା କରିଛି । ଏଥିରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ସ୍ଥାନ ମିଳିଛି । ତେବେ ଓ୍ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ୍, ଇଶାନ କିଷନ ଓ ଦ୍ରୁତ ବୋଲର ମହମ୍ମଦ ସାମି ଟିମରୁ ବାଦ୍ ପଡିଛନ୍ତି ।

wp:html /wp:html

କୁହାଯାଉଛି ଯେ, ଏସିଆ କପ୍ ଖେଳୁଥିବା ଟିମକୁ ବିସିସିଆଇ ଟି୨୦ ବିଶ୍ୱକପ୍ ପାଇଁ ଓହ୍ୱାଇପାରେ । ଏଥିରୁ ଏହା ସ୍ପଷ୍ଟ ଯେ, ଚୟନକର୍ତ୍ତା ସଞ୍ଜୁ, ଇଶାନ ଓ ସାମିଙ୍କୁ ବିଶ୍ୱକପ୍ ପାଇଁ ସୁଯୋଗ ଦେବାକୁ ଚାହାଁନ୍ତି ନାହିଁ ।

wp:html /wp:html

ସଞ୍ଜୁ ଦଳରୁ ବାଦ୍ ପଡିବା ପରେ ତାଙ୍କ ଫ୍ୟାନ୍ ନିରାଶ ହୋଇଛନ୍ତି । ସୋସିଆଲ ମିଡିଆରେ ବିସିସିଆଇର ଏପରି ନିଷ୍ପତ୍ତିକୁ ସେମାନେ ସମାଲୋଚନା କରିଛନ୍ତି । ସଞ୍ଜୁଙ୍କୁ କାହିଁକି ଷ୍ଟାଣ୍ଡବାଏରେ ରଖାଯାଇନି । ସେ କଣ ଭୁଲ କରିଛନ୍ତି ବୋଲି ଫ୍ୟାନ୍ ପଚାରିଛନ୍ତି । ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଏକା ଭଳି । ଉଭୟଙ୍କର କଣ ଆବଶ୍ୟକତା ରହିଛି । ସଞ୍ଜୁଙ୍କ ରେକର୍ଡ ଦୀପକ ହୁଡ୍ଡାଙ୍କଠୁ ୟୁଏଇରେ ଅଧିକ ଥିବା ପ୍ରଶଂସକମାନେ ଟ୍ୱିଟ୍ କରିଛନ୍ତି ।

wp:html /wp:html

ଏସିଆ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡ୍ଡା, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ଅଭେଶ ଖାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.