ଏସିଆ କପରେ ଭାରତର ଖରାପ ପ୍ରଦର୍ଶନର ବଡ କାରଣ କ'ଣ ? ବିସିସିଆଇ ମଧ୍ୟ ଚିନ୍ତାରେ

Published By : Prameya-News7 Bureau | September 14, 2022 IST

ନୂଆଦିଲ୍ଲୀ, ୧୪|୦୯:  ଏସିଆ କପରେ ଭାରତ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏପରିକି ଦଳ ଫାଇନାଲରେ ପ୍ରବେଶ କରିପାରିନଥିଲା । ଭାରତ ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଭଲ ପ୍ରଦର୍ଶନ କରି ପାକିସ୍ତାନ ଓ ହଂକଂ ବିରୋଧରେ ବିଜୟ ହାସଲ କରିଥିଲା । ସୁପର ୪ରେ ମଧ୍ୟ ଦଳ ପ୍ରବେଶ କରିଥିଲା । କିନ୍ତୁ ଏହା ପରେ ରୋହିତ ସେନା ଲୟ ହରାଇଥିଲା । ପାକିସ୍ତାନ ଓ ଶ୍ରୀଲଙ୍କାଠୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା ।

ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଖରାପ ପ୍ରଦର୍ଶନର ବଡ କାରଣ ହେଲା ମିଡିଲ ଅର୍ଡର । ମିଡିଲ୍ ଓଭରରେ ଭାରତୀୟ ବ୍ୟାଟର ଦ୍ରୁତ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲା । ଓ୍ୱିକେଟ୍ ମଧ୍ୟ ହରାଇଥିଲା । ସାତରୁ ୧୫ ଓଭର ଯାଏଁ ବ୍ୟାଟର ରନ୍ ପାଇଁ ସଙ୍ଘର୍ଷ କରୁଥିଲେ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଏହି ଓଭରରେ ଭାରତ ୫୯ କରିଥିଲା । ଏପରିକି ହଂକଂ ବିପକ୍ଷରେ ମଧ୍ୟ କେବଳ ୬୨ ରନ୍ କରିପାରିଥିଲା । ଏହାସହ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ଏହି ୯ ଓଭରରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଦଳ ୭୮ ରନ୍ ସଂଗ୍ରହ କରିଥିଲା ।

ବିସିସିଆଇର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ,  ଏସିଆ କପରେ ଦଳ ଅନେକ ସମସ୍ୟାର ସାମ୍ନା କରିଥିଲା । ଯେଉଁଥିପାଇଁ ପରାସ୍ତ ମଧ୍ୟ ହୋଇଥିଲା । ବଡ ଟିମ୍ ବିପକ୍ଷରେ ମିଡିଲ୍ ଅର୍ଡର ବ୍ୟାଟର ଫେଲ୍ ହୋଇଥିଲେ । ଫଳରେ ଦଳର ଅନେକ କ୍ଷତି ହୋଇଥିଲା । ୭ରୁ ୧୫ ଓଭର ମଧ୍ୟରେ ଦଳ ଲଗାତର ଓ୍ୱିକେଟ୍ ହରାଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଖରାପ ହୋଇଥିଲା । ଦଳରେ ଅନେକ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି । ଯେଉଁମାନେ କେତେବେଳେ ବି ଖେଳ ବଦଳାଇପାରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.