suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଏସିଆ କପ୍ ଫାଇନାଲ : ଟାଇଟଲ୍ ପାଇଁ ଲଢେଇ କରିବେ ଶ୍ରୀଲଙ୍କା ଓ ପାକିସ୍ତାନ

11/09/2022 at 8:12 AM

ନୂଆଦିଲ୍ଲୀ, ୧୧|୦୯: ଏସିଆ କପ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଟାଇଟଲ ଲଢେଇ ହେବ । ଉଭୟ ଦଳ ପ୍ରସ୍ତୁତ । ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍‌ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇ ତୃତୀୟ ଥର ପାଇଁ ଟ୍ରଫି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଶ୍ରୀଲଙ୍କା ପାଞ୍ଚ ଥର ଏସିଆ କପ୍‌ ଜିତି ସାରିଛି ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା । ଦଳରେ କେହି ଷ୍ଟାର୍‌ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଦିନକ ତଳେ ପାକିସ୍ତାନକୁ ହରାଇଥିବା ଶ୍ରୀଲଙ୍କା ଆଉ ଏକ ବିଜୟ ସହ ଚାମ୍ପିଅନ୍‌ ହେବାକୁ ଲକ୍ଷ୍ୟ ରଖିଛି ।

ପାକିସ୍ତାନ ଦଳ ପରାଜୟର ପ୍ରତିଶୋଧ ନେଇ ଟାଇଟଲ ସହ ସ୍ୱଦେଶ ଫେରିବାକୁ ପ୍ରୟାସ କରିବ । ପ୍ରତ୍ୟେକ ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଶ୍ରୀଲଙ୍କାକୁ ହରାଇବାର ଯଥେଷ୍ଟ କ୍ଷମତା ପାକିସ୍ତାନ ନିକଟରେ ରହିଛି ।

ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଫଖାର ଜମାନ, ଇଫତିଖର ଅହମ୍ମଦ, ଖୁଶଦିଲ ଶାହ, ଶଦାବ ଖାନ, ଅସିଫ ଅଲି, ମହମ୍ମଦ ନୱାଜ, ନସିମ ଶାହ, ହ୍ୟାରିସ ରୌଫ, ମହମ୍ମଦ ହସନୈନ ।

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଳ ମେଣ୍ଡିସ, ଚରିଥ ଆଶାଲଙ୍କା, ଦନୁଷ୍କା ଗୁଣତିଳକ, ଡାସୁନ ଶଣକା(ଅଧିନାୟକ), ଭାନୁକା ରାଜାପାକ୍ସା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନା, ମହୀଶ ତିକ୍ଷଣା, ଅସିଥା ଫର୍ଣ୍ଣାଣ୍ଡୋ, ଦିଲସାନ ମଡୁଶଙ୍କା ।

   Related Posts