ଏସିଆ କପ୍ : 'କର ବା ମର' ସ୍ଥିତିରେ ପାକିସ୍ତାନ-ହଂକଂ, ବିଜୟୀ ଟିମ୍ ଯିବ ସୁପର୍ ୪

Published By : Prameya-News7 Bureau | September 02, 2022 IST

ସାରଜା ୦୨/୦୯: ଚଳିତ ଏସିଆ କପ୍‌ରେ ପାକିସ୍ତାନ ଓ ହଂକଂ ମଧ୍ୟରେ ମୁକାବିଲା । ଏହି ମ୍ୟାଚ୍‌ର ବିଜେତା ସୁପର ଫୋର ରାଉଣ୍ଡ୍‌ରେ ପ୍ରବେଶ କରିବେ । ଉଭୟ ଦଳ ପୂର୍ବରୁ ଭାରତ ଠାରୁ ପରାଜିତ ହୋଇସାରିଛନ୍ତି । ଏହି ମ୍ୟାଚ୍‌ରେ ପାକିସ୍ତାନର ପଲା ଭାରି । ହଂକଂ ତୁଳନାରେ ପାକିସ୍ତାନ ବେଶ ଶକ୍ତିଶାଳୀ ।

ହଂକଂ ମଧ୍ୟ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି । ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଶେଷ ଓଭର ପର୍ଯ୍ୟନ୍ତ ସଂଘର୍ଷ କରିଥିଲା । ସ୍ୱଳ୍ପ ରନ ସତ୍ତେ୍ୱ ପାକିସ୍ତାନ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ଭାରତୀୟ ବ୍ୟାଟରଙ୍କୁ ସହଜରେ ରନ୍‌ କରିବାକୁ ସୁଯୋଗ ଦେଇ ନଥିଲେ । ଆଜି ହଂକଂ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ପାକ୍‌ ବୋଲରମାନେ ପ୍ରୟାସ କରିବେ ।

ହଂକଂ ଦଳର ବୋଲିଂ ଓ ଫିଲ୍ଡିଂ ଦୁର୍ବଳ । ମାତ୍ର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଦଳର ଅଧିକାଂଶ ଖେଳାଳି ଭାରତ କିମ୍ବା ପାକିସ୍ତାନ ବଂଶୋଦ୍ଭବ । ତେଣୁ କ୍ରିକେଟ୍‌ ସେମାନଙ୍କ ରକ୍ତରେ ପ୍ରବାହିତ । ପାକ୍‌ ବୋଲରଙ୍କ ବିପକ୍ଷରେ ବଡ ସ୍କୋର କରିବାର କ୍ଷମତା ହଂକଂ ନିକଟରେ ରହିଛି । ବିଶେଷ କରି ବାବର ହୟାତଙ୍କ ପ୍ରଦର୍ଶନ ଉପରେ ଦଳ ନିର୍ଭର କରିବ ।

ପାକିସ୍ତାନ ଦଳର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ବାବର ଆଜମ, ମହମ୍ମଦ ରିଜୱାନ, ଫଖାର ଜମାନ ଓ ଅସିଫ ଅଲିଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲେ ପାକିସ୍ତାନ ବିଶାଳ ସ୍କୋର ସଂଗ୍ରହ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.