ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ, ୧୪|୦୮: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏସିଆ କପ୍ ଟିମରେ ସ୍ଥାନ ପାଇଛନ୍ତି । ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଆଇପିଏଲରେ ନିଜର ମୁଖ୍ୟ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସହ ବାନ୍ଦ୍ରା-କୁର୍ଲା ସ୍ଥିତ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଇଣ୍ଡୋର ଷ୍ଟାଡିୟମରେ ଟ୍ରେନିଂ ନେଉଛନ୍ତି ।

ବିରାଟ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ପ୍ରାକ୍ଟିସ ସମୟର ଭିଡିଓ ସେୟାର କରିଛନ୍ତି । ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଭଲ ଭଲ ସଟ୍ ଖେଳୁଛନ୍ତି । ରନିଂ ପ୍ରାକ୍ଟିସ କରୁଛନ୍ତି । ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିକଟରେ ବିରାଟ ନିଜ ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହୋଇଥିଲେ । ବିରାଟ ପ୍ରାୟ ୯୦ ମିନିଟ୍ ଧରି ଅଭ୍ୟାସ କରିଥିଲେ ।

କୋହଲିଙ୍କୁ ବୋଲିଂ କରୁଥିବା ଜଣେ ନେଟ୍ ବେଲାର କହିଛନ୍ତି ଯେ, ସେ ପୂର୍ବରୁ ତାଙ୍କୁ ବୋଲିଂ କରିଥିଲେ । ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟରଙ୍କୁ ବୋଲିଂ କରିବା ଗର୍ବର କଥା । କୋହଲି ଭଲ ଲୟରେ ନଜର ଆସିଥିଲେ । ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

ସୂଚନାଯୋଗ୍ୟ, ଏସିଆ କପରେ ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ । କୋହଲିଙ୍କ ଉପରେ ପ୍ରଶଂସକଙ୍କ ଖାସ୍ ନଜର ରହିବ । କାରଣ ତାଙ୍କ ଉପର୍ ରନ୍ ଚାପ ମଧ୍ୟ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.