ଏସିଆ କପ: ବାଂଲାଦେଶ ବିପକ୍ଷରେ ଟସ୍ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି
21/09/2018 at 5:04 PM

ଦୁବାଇ୨୧|୯: ଏସିଆ କପର ସୁପର-୪ରେ ଆଜି ଭାରତ ଓ ବାଂଲାଦେଶ ମୁକାବିଲା ଆରମ୍ଭ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।
ଭାରତୀୟ ଦଳରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି। ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ରବିନ୍ଦ୍ର ଜାଡେଜା ଖେଳିବାର ସୁଯୋଗ ପାଇଛନ୍ତି।
ରୋହୀତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଉଭୟ ବେଟିଂ ଏବଂ ବୋଲିଂରେ ଭଲ ଫର୍ମରେ ରହିଛି । ତଥାପି ବିଶାଳ ସ୍କୋରର ପିଚ୍ଛା କରିବାରେ ବାଂଲାଦେଶ ସିଦ୍ଧହସ୍ତ ହୋଇଥିବାରୁ ଭାରତ ପ୍ରଥମେ ବୋଲିଂ ନେଇଛି। ଆଜି ସୁପର-୪ର ଅନ୍ୟ ଏକ ମ୍ୟାଚରେ ପାକିସ୍ତାନ ଏବଂ ଆଫଗାନୀସ୍ତାନ ମଧ୍ୟରେ ମୁକାବିଲା ହେଉଛି ।
Related Posts
ଷ୍ଟେନଙ୍କ ଭବିଷ୍ୟତବାଣୀ, ବିଶ୍ଵକପ୍ ୨୦୨୩ରେ କମାଲ୍ କରିବେ ଏହି ୫ ବୋଲର
30 September 2023
ପ୍ରତିଶୋଧ ନେଲା ଭାରତ: ସ୍କ୍ୱାସ୍ରେ ପାକିସ୍ତାନକୁ ହରାଇ ଜିତିଲା ସ୍ୱର୍ଣ୍ଣ
30 September 2023