ଏସିଆ କପ୍ ସୁପର-୪ର ଅନ୍ତିମ ମ୍ୟାଚ୍, ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି
15/09/2023 at 2:53 PM

କଲମ୍ବୋ: ଏସିଆ କପ୍ ଆଜି ସୁପର-୪ର ଅନ୍ତିମ ମ୍ୟାଚ୍ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ କରିବା ଲାଗି ଆମନ୍ତ୍ରଣ କରିଛି ଭାରତୀୟ ଦଳ । ଏହି ମ୍ୟାଚ ଏତେ ଗୁରୁତ୍ବପୂର୍ଣ୍ଣ ନଥିବାରୁ ଭାରତ ପାଞ୍ଚ ପରିବର୍ତ୍ତନ କରିଛି । ସୁର୍ଯ୍ୟକୁମାର ଯାଦବ, ମହମ୍ମଦ ସାମି, ପ୍ରସିଦ୍ଧ କ୍ରୀଷ୍ଣା, ଶର୍ଦ୍ଦୁଳ ଠାକୁର ଏବଂ ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ବାଂଲାଦେଶ ବିପକ୍ଷ ଦିନିକିଆରେ ତିଲକ ବର୍ମା ଡେବ୍ୟୁ କରିଛନ୍ତି ।
Related Posts
ଅଜରବୈଜାନରେ ହେଲା ନାଗୋର୍ଣ୍ଣୋ-କାରାବାଖ, ସରିଲା ୩୦ ବର୍ଷର ଯୁଦ୍ଧ
28 September 2023