oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

Asia Cup Hockey: ଇଣ୍ଡୋନେସିଆକୁ ୧୬-୦ ହରାଇ ସୁପର ୪ରେ ଭାରତ, ଟୁର୍ଣ୍ଣାମେଣ୍ଟରୁ ପାକିସ୍ତାନ ଆଉଟ୍

26/05/2022 at 7:49 PM

ନୂଆଦିଲ୍ଲୀ: ଭାରତୀୟ ହକି ଟିମ ଏସିଆ କପ ୨୦୨୨ରେ ଇଣ୍ଡୋନେସିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଆୟୋଜକ ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ପ୍ରବେଶ କରିଛି । ଟିମ ଇଣ୍ଡିଆ ଏହି ମ୍ୟାଚରେ ରେକର୍ଡ କରି ପରିବର୍ତ୍ତୀ ପର୍ଯ୍ୟାୟ ପାଇଁ କ୍ୱାଲିଫାଏ କରିଛି। ଅନ୍ୟପଟେ ପାକିସ୍ତାନ ହକି ଟିମ ଏହି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି । ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳି ପବନ ରାଜଭର ପ୍ଲେୟର ଅଫ ଦି ମ୍ୟାଚ ହୋଇଛନ୍ତି।

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଖେଳାଯାଇଥିବା ଏହି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଭାରତ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ୬-୦ରେ ଆଗୁଆ ରହିଥିଲା। ଏହାପରେ ଭାରତ ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚକୁ ୧୬-୦ରେ ଜିତି ନେଇଥିଲା।  ଉଲ୍ଲେଖଯୋଗ୍ୟ ଯେ, ଭାରତକୁ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ଇଣ୍ଡୋନେସିଆକୁ ୧୫-୦ କିମ୍ୱା ଏହାଠାରୁ ଅଧିକ ବ୍ୟବଧାନର ମ୍ୟାଚ ଜିତିବାର ଆବଶ୍ୟକତା ଥିଲା। ଯାହା କରି ଦେଖାଇଛି ଟିମ।

ଏହା ପୂର୍ବରୁ ଭାରତ ଏବଂ ପାକିସ୍ତାନର ମ୍ୟାଚ ୧-୧ରେ ଡ୍ର’ ରହିଥିଲା। ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଜାପାନ ଠାରୁ ୨-୫ରେ ପରାଜିତହୋଇଥିଲା।

   Related Posts