scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆ କପ୍ ପାଇଁ କାର୍ଯ୍ୟସୂଚୀ ଘୋଷିତ: ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ, ୧୭ରେ ଫାଇନାଲ୍

19/07/2023 at 8:23 PM

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍‌ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଏସିଆନ କ୍ରିକେଟ କାଉନସିଲ୍। ଅଗଷ୍ଟ ୩୦ ତାରିଖରୁ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୭ ତାରିଖରେ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୨ ତାରିଖରେ ମୁକାବିଲା ହେବ।

ତେବେ ପାକିସ୍ତାନ ଓ ନେପାଳ ମଧ୍ୟରେ ଏସିଆ କପ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ। ଅଗଷ୍ଟ ୩୦ ତାରିଖରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେପ୍ଟେମ୍ବର ୨ ତାରିଖରୁ ଭାରତ ଖେଳ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ହିଁ ପାକିସ୍ତାନକୁ ଭେଟିବ ମ୍ୟାନ୍ ଇନ୍ ବ୍ଲୁ। ଶ୍ରୀଲଙ୍କାର କାଣ୍ଡିରେ ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍ ଖେଳାଯିବ।

ପଢ଼ନ୍ତୁ-ବିଶ୍ୱକପ୍‌ ୨୦୨୩ ପ୍ରସ୍ତୁତି : ଓ୍ୱେଷ୍ଟଇଣ୍ଡିଜ୍‌ ଯିବେ ମୁଖ୍ୟ ଚୟନକର୍ତ୍ତା, ଅଧିନାୟକ ଏବଂ କୋଚ୍‌ଙ୍କ ସହ କରିବେ ଆଲୋଚନା

ଏସିଆ କପ୍‌ରେ ମୋଟ ୬ଟି ଟିମ୍- ଭାରତ, ପାକିସ୍ତାନ, ନେପାଳ, ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଭାଗ ନେବେ। ଏଥିରେ ୫୦ ଓଭରିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ପାକିସ୍ତାନ ଓ ଶ୍ରୀଲଙ୍କାର ୪ଟି ସ୍ଥାନେର ମ୍ୟାଚ୍‌ଗୁଡ଼ିକ ଖେଳାଯିବ।

ଏସିଆ କପ୍ ୨୦୨୩ ସପୂର୍ଣ୍ଣ କାର୍ଯ୍ୟସୂଚୀ

୩୦ ଅଗଷ୍ଟ- ପାକିସ୍ତାନ ବନାମ ନେପାଳ – ମୁଲତାନ(ପାକ୍)।

୩୧ ଅଗଷ୍ଟ – ବାଂଲାଦେଶ ବନାମ ଶ୍ରୀଲଙ୍କା – କାଣ୍ଡି।(ଶ୍ରୀଲଙ୍କା)

୨ ସେପ୍ଟେମ୍ବର – ଭାରତ ବନାମ ପାକିସ୍ତାନ – କାଣ୍ଡି(ଶ୍ରୀଲଙ୍କା)।

୩ ସେପ୍ଟେମ୍ବର – ବାଂଲାଦେଶ ବନାମ ଆଫଗାନିସ୍ତାନ-ଲାହୋର(ପାକ୍)।

୪ ସେପ୍ଟେମ୍ବର – ଭାରତ ବନାମ ନେପାଳ – କାଣ୍ଡି(ଶ୍ରୀଲଙ୍କା)।

୫ ସେପ୍ଟେମ୍ବର – ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ – ଲାହୋର(ପାକ୍)।

ଆହୁରି ପଢ଼ନ୍ତୁ-WTCରେ କିଏ ମାରିଛି ସର୍ବାଧିକ ଶତକ ? ଲିଷ୍ଟରେ ଜଣେ ମାତ୍ର ଭାରତୀୟ…

କେଉଁ ଗ୍ରୁପ୍‌ରେ କିଏ ?

ଗ୍ରୁପ୍ : ଭାରତ, ପାକିସ୍ଥାନ ଏବଂ ନେପାଳ।

ଗ୍ରୁପ୍ ବି: ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ।

ସୁପର -4 (ସମସ୍ତ ଦଳ ତିନୋଟି ମ୍ୟାଚ୍ ଖେଳିବେ)

ସୁପର-୪ରେ ସମସ୍ତ ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ତନ୍ମଧ୍ୟନରୁ ଗୋଟିଏ ମ୍ୟାଚ୍ କେବଳ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ବାକି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ।

୬ ସେପ୍ଟେମ୍ବର – A1 ବନାମ B2 – ଲାହୋର(ପାକ୍)।

୯ ସେପ୍ଟେମ୍ବର – B1 ବନାମ B2 – କଲମ୍ବୋ(ଶ୍ରୀଲଙ୍କା)।

୧୦ ସେପ୍ଟେମ୍ବର – A1 ବନାମ A2 – କଲମ୍ବୋ(ଶ୍ରୀଲଙ୍କା)।

୧୨ ସେପ୍ଟେମ୍ବର – A2 ବନାମ B1 – କଲମ୍ବୋ(ଶ୍ରୀଲଙ୍କା)।

୧୪ ସେପ୍ଟେମ୍ବର – A1 ବନାମ B1 – କଲମ୍ବୋ(ଶ୍ରୀଲଙ୍କା)।

୧୫ ସେପ୍ଟେମ୍ବର – A2 ବନାମ B2 – କଲମ୍ବୋ(ଶ୍ରୀଲଙ୍କା)।

ସେହିପରି ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ କଲମ୍ବୋରେ ଖେଳାଯିବ।

ଏହି ଖବରଟିକୁ ପଢ଼ନ୍ତୁ- ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିଏ ମାରିଛି ସବୁଠୁ ଲମ୍ବା ଛକା ? ଜାଣିଛନ୍ତି କି

   Related Posts