ଗୁରୁବାର ପାକିସ୍ତାନ-ଶ୍ରୀଲଙ୍କା ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍; ଜିତିଲେ ଫାଇନାଲ୍, ହାରିଲେ ବିଦା

Published By : Prameya-News7 Bureau | September 14, 2023 IST

କଲମ୍ବୋ,୧୪/୦୯: ଏସିଆ କପ୍‌ରେ ଗୁରୁବାର ହାଇ-ଭୋଲଟେଜ୍ ଟକ୍କର । ଆଜି ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ନକ୍‌ଆଉଟ୍ ମ୍ୟାଚ୍ । ଅପରାହ୍ଣ ୩ଟାରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଦଳ । ଆଜିର ମ୍ୟାଚ୍ ଯିଏ ଜିତିବ ତାକୁ ଫାଇନାଲ୍ ଟିକେଟ୍ ମିଳିବ । ତେଣୁ ଆଜିର ମ୍ୟାଚ୍ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ପାଇଁ ଗୁରୁତ୍ବପୂର୍ଣ୍ଣ ।

ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସୁପର-୪ ରାଉଣ୍ଡ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲେ। ମାତ୍ର  ଉଭୟ ଦଳ ଭାରତ ଠାରୁ ପରାଜିତ ହୋଇଛନ୍ତି ।  ବାଂଲାଦେଶ ୨ଟି ମ୍ୟାଚ୍‌ ହାରି ସାରିଥିବାରୁ ଫାଇନାଲ୍‌  ଦୌଡ଼ରୁ ବାଦ୍ ପଡ଼ିଛି । ତେଣୁ ପାକିସ୍ତାନ ଓ ଶ୍ରୀଲଙ୍କା  ମଧ୍ୟରୁ ଜଣେ ଫାଇନାଲ୍‌ରେ ପ୍ରବେଶ କରିପାରିବ ।  

wp:embed {"url":"https://www.prameyanews7.com/pakistan-suffered-a-shock-before-the-match-against-sri-lanka/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-suffered-a-shock-before-the-match-against-sri-lanka/
/wp:embed

୩ବର୍ଷ ପରେ ଉଭୟ ଦଳ ଦିନିକିଆ କ୍ରିକେଟ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୨୦୧୯ ଅକ୍ଟୋବର ୨ ତାରିଖରେ ଉଭୟ ଦଳ ମଧ୍ୟରେ ଦିନିକିଆ ଖେଳାଯାଇଥିଲା ଓ ପାକିସ୍ତାନ ୫ ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଘରୋଇ ପରିସ୍ଥିତିରେ ଶ୍ରୀଲଙ୍କା କମାଲ କରିବ ବୋଲି କୁହାଯାଉଛି । ଭାରତ ବିପକ୍ଷରେ ପରାଜିତ ହୋଇଥିଲେ ହେଁ ଶ୍ରୀଲଙ୍କା ଖେଳାଳି ମାନେ ଚମତ୍କାର ପ୍ରଦର୍ଶନ କରିଥିଲା ।  ସ୍ପିନରମାନେ ଭାରତର ଶକ୍ତିଶାଳୀ ବ୍ୟାଟିଂ ବିଭାଗକୁ  ଧ୍ୱଂସ କରିଦେଇଥିଲେ । ଦୁନିଥ୍ ୱେଲାଲଗେଙ୍କ  ଯାଦୁକରୀ ସ୍ପିନ୍‌ ବୋଲିଂ ଟିମ୍ ଇଣ୍ଡିଆ ବ୍ୟାଟିଂ ଲାଇନ ଅପ୍‌କୁ ବିଗାଡ଼ି ଦେଇଥିଲା । ପାକିସ୍ତାନ ବ୍ୟାଟରଙ୍କୁ ୱେଲାଲଗେଙ୍କ ପ୍ରତି ସତର୍କ ରହିବାକୁ  ହେବ ।  

ଆହତ ସମସ୍ୟା ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇଛି । ଦୁଇ ଘାତକ ପେସ୍‌ ବୋଲର  ହ୍ୟାରିସ ରୌଫ୍ ଓ ନସିମ ଶାହ ଗତ ଭାରତ ବିପକ୍ଷ  ମ୍ୟାଚ୍‌ରେ ଆହତ ହୋଇଥିଲେ । ଗୁରୁବାର ଉଭୟ ଖେଳିପାରିବେ ନାହିଁ । ତଥାପି ଶ୍ରୀଲଙ୍କାକୁ ଅଟକାଇବା  ପାଇଁ ଏକୁଟିଆ ସହିନ ଶାହ ଆଫ୍ରିଦି ଯଥେଷ୍ଟ ।  ଉଭୟ ଦଳର ବ୍ୟାଟିଂ  ବିଭାଗ ସୁଦୃଢ । ବାବର ଆଜମ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ  ବ୍ୟାଟର । ଇମାମ ଉଲ୍‌-ହକ୍‌  ଓ ମହମ୍ମଦ ରିଜୱାନ ମଧ୍ୟ  ଫର୍ମରେ ରହିଛନ୍ତି । 

wp:embed {"url":"https://www.prameyanews7.com/crisis-continues-on-asia-cup-final-match-may-be-washed-out-due-to-rain/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crisis-continues-on-asia-cup-final-match-may-be-washed-out-due-to-rain/
/wp:embed

ଅନ୍ୟପଟେ ଗୁରୁବାର ବର୍ଷା ସମ୍ଭାବନା ରହିଛି । ତଥାପି  ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ ।  ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇପାରନ୍ତି ।  ରନ୍‌ ରେଟ୍‌ରେ ଶ୍ରୀଲଙ୍କା ଆଗୁଆ ରହିଛି । ତେଣୁ ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହେଲେ  ଶ୍ରୀଲଙ୍କା ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.