scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Asia Cup 2023 : ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌, ଜାଣନ୍ତୁ କାହା ଉପରେ କିଏ ପଡିବ ଭାରି ?

2/09/2023 at 7:31 AM

କାଣ୍ଡି ୦୨।୦୯: ଏସିଆ କପ୍‌ ୨୦୨୩ । ଫ୍ୟାନ୍ସର ଅପେକ୍ଷାର ଶେଷ । ଶନିବାର ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକସ୍ତାନ । ଶ୍ରୀଲଙ୍କାର ପଲେକେଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍ । ଭାରତ ସମୟ ଅନୁସାରେ ଅପରାହ୍ନ ୩ଟାରେ ଆରମ୍ଭ ହେବ ମୁକାବିଲା । କିନ୍ତୁ ଏହି ମ୍ୟାଚ୍‌ରେ ବର୍ଷାର ଭୟ ମଧ୍ୟ ରହିଛି ।

ଖବର ଅନୁଯାୟୀ, ଭାରତ-ପାକିସ୍ତାନ ମଧ୍ୟରେ ଏବେ ଯାଏଁ ଏସିଆ କପ୍‌ରେ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଏସିଆ କପ୍‌ର ୧୫ତମ ସିଜିନ୍‌ରେ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ତେବେ ୧୬ଟି ମୁକାବିଲା ମଧ୍ୟରୁ ୧୯୯୭ରେ ଖେଳାଯାଇଥିବା ମ୍ୟାଚ୍‌ରେ ରେଜଲ୍ଟ ବାହାରିନଥିଲା । ବାକି ଆଉ ୧୫ଟି ମ୍ୟାଚ୍‌ରେ ଜୋରଦାର ହୋଇଥିଲା ଲଢେଇ ।

୧୯୮୪ରୁ ୨୦୧୮ ପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା ଟୁର୍ଣ୍ଣାମେଣ୍ଟ । ଏହି ସମୟରେ ଭାରତ ପାକିସ୍ତାନ ମଧ୍ୟରେ ୧୩ଟି ମୁକାବିଲା ହୋଇଛି । ଯେଉଁଥିରେ ପାକିସ୍ତାନ ୫ଥର ବିଜୟ ହୋଇଥିବା ବେଳେ ଭାରତୀୟ ଟିମ୍‌ ୭ଥର ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍‌ର କୌଣସି ରେଜଲ୍ଟ ବାହାରିନାହିଁ । ଭାରତୀୟ ଟିମ୍‌ ପାକିସ୍ତାନକୁ ୧୯୮୪, ୧୯୮୮, ୨୦୦୮, ୨୦୧୦, ୨୦୧୨ରେ ଗୋଟିଏ ଲେଖାଏଁ ଏବଂ ୨୦୧୮ରେ ଦୁଇ ଥର ପରାସ୍ତ କରିଛି । ଅନ୍ୟପଟେ ପାକିସ୍ତାନ ଭାରତୀୟ ଟିମ୍‌କୁ ୧୯୯୫ରେ ପ୍ରଥମ ଥର ପାଇଁ ପରାସ୍ତ କରିଥିଲା । ଏହାପରେ ୨୦୦୦, ୨୦୦୪, ୨୦୦୮, ୨୦୧୪ରେ ଭାରତୀୟ ଟିମ୍‌କୁ ପରାସ୍ତ କରିଛି ।

ସେହିପରି ଏସିଆ କପ୍‌ର ଟି-୨୦ ଫର୍ମାଟରେ କଥା କହିବାକୁ ଗଲେ, ମୋଟ ତିନି ଥର ମୁହାଁମୁହିଁ ହୋଇଛନ୍ତି । ବର୍ଷ ୨୦୧୬ ରେ ଗୋଟିଏ ମ୍ୟାଚ୍‌ ଏବଂ ୨୦୨୨ରେ ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା । ୨୦୧୬ରେ ଭାରତ ପାକିସ୍ତାନରୁ ୫ଓ୍ୱିକେଟ୍‌ରେ ପରାସ୍ତ କରିଥିଲା । ଏହାପରେ ୨୦୨୨ର ଗ୍ରୁପ ଷ୍ଟେଜ୍‌ ଓ ସୁପର-୪ରେ ପାକିସ୍ତାନ ବିଜୟ ହୋଇଥିଲା । ଏହିସବୁ ରେକର୍ଡକୁ ଦୃଷ୍ଟିକୁ ନେଲେ ଆଜି ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ହେଲେ ବର୍ଷା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ଭାବ୍ୟ ଦଳ :

ଭାରତ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

ପାକିସ୍ତାନ : ଫଖାର ଜମାନ, ଇମାମ ଉଲ୍‌-ହକ୍‌, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତିଖର ଅହମ୍ମଦ, ଶଦାବ ଖାନ, ମହମ୍ମଦ ନୱାଜ, ନସିମ ଶାହ, ସହିନ ଆଫ୍ରିଦି, ହ୍ୟାରିସ ରୌଫ ।

   Related Posts