Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

Asia Cup 2023 : ହାଇଭୋଲଟେଜ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ, ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ

10/09/2023 at 2:35 PM

କଲମ୍ବୋ ୧୦।୦୯: ଏସିଆ କପ୍‌ ୨୦୨୩ । ସୁପର ୪ରେ ଆଜି ସୁପର ଫାଇଟ୍‌ । କଲମ୍ବୋର ପ୍ରେମଦାସା କ୍ରିକେଟ୍‌ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ତେବେ ସୁପର ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଯାହାଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ ।  ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ ହୋଇଛି । ଶ୍ରେୟସ ଆୟରଙ୍କ ସ୍ଥାନରେ କେଏଲ୍‌ ରାହୁଲଙ୍କ ସ୍ଥାନ ମିଳିଥିବା ବେଳେ ଦଳକୁ ଫେରୁଛନ୍ତି ଜଶପ୍ରୀତ୍‌ ବୁମ୍‌ରା ।

ସୁପର-୪ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇଛି । ରବିବାର ବିଜୟୀ ହେଲେ ଦଳ ଫାଇନାଲରେ ପ୍ରବେଶ କରିବ । ଭାରତ କିନ୍ତୁ ପ୍ରଥମ ମ୍ୟାଚ୍‌ ଖେଳିବ । ପାକିସ୍ତାନର ବୋଲିଂ ବାହିନୀକୁ ସାମ୍ନା କରିବା ନେଇ ଦଳ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ରବିବାର ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ବାହିନୀ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ସହିନ ଶାହ ଆଫ୍ରିଦ୍, ନସିମ ଶାହା ଓ ହାରିଶ୍ ରୌଫ ପାକିସ୍ତାନ ବୋଲିଂ ବାହିନୀର ୩ ଘାତକ ପେସର । ଗତ ୨ ତାରିଖରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି ଓ ଶ୍ରେୟାସ ଆୟାରଙ୍କୁ ସହଳ ଆଉଟ୍‌ କରି ସ୍ଥିତି ଦୋହଲାଇ ଦେଇଥିଲେ । କିନ୍ତୁ ମଧ୍ୟଭାଗରେ ଇଶାନ କିଷନ ଓ ହାର୍ଦ୍ଦିନ ପାଣ୍ଡ୍ୟା ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । 

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଲୋକେଶ ରାହୁଲ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ । 

ପାକିସ୍ତାନ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫତିଖର ଅହମ୍ମଦ, ସଦାବ ଖାନ, ଫଇମ ଅସ୍ରଫ, ସହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିଶ ରୌଫ ।

   Related Posts