Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

Asia Cup 2022: ବିରାଟ କୋହଲିଙ୍କଠୁ ଦସ୍ତଖତ ଥିବା ଜର୍ସି ଗ୍ରହଣ କରିବା ନେଇ କ’ଣ କହିଲେ ପାକିସ୍ତାନ ଷ୍ଟାର ବୋଲର

3/09/2022 at 10:18 PM

ନୂଆଦିଲ୍ଲୀ: ଆସନ୍ତାକାଲି ସୁପର ସଣ୍ଡେରେ ସୁପର-୪ରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଏହା ପୂର୍ବରୁ ଗ୍ରୁପ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇଥିଲା। ଏହି  ମୁକାବିଲାରେ ବିରାଟ କୋହଲି ୩୪ ବଲ୍‌ରୁ ୩୫ ରନର ଇନିଂସ ଖେଳିଥିଲେ। ମୁକାବିଲା ପରେ ସେ ପାକିସ୍ତାନର ଦ୍ରୁତ ବୋଲର ହାରିସ ରାଉଫଙ୍କୁ ନିଜର ଦସ୍ତଖତ ଥିବା ଜର୍ସି ପ୍ରଦାନ କରିଛନ୍ତି। ସୁପର-୪ରେ ଆଉ ଏକ ମୁକାବିଲା ପୂର୍ବରୁ ହାରିସ ରାଉଫ ବିରାଟ କୋହଲିଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିରାଟ କୋହଲିଙ୍କ ପରି ବଡ ଖେଳାଳିଙ୍କଠୁ ଜର୍ସି ଗ୍ରହଣ କରିବା ଗର୍ବର ବିଷୟ।

କ୍ରିକେଟ୍ ଏକ ଖେଳ ଏବଂ ଆମେ ଏହାକୁ ଏକ ଖେଳ ହିସାବରେ ଗ୍ରହଣ କରୁ। ବିରାଟ କୋହଲି ଜଣେ ବଡ ଖେଳାଳି। ସେ ଯେଉଁଭଳି ଭାବେ ନିଜ ଦେଶର ପ୍ରତିନିଧିତ୍ଵ କରୁଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। ସେ ଏହି ଖେଳର କିମ୍ବଦନ୍ତୀ ଖେଳାଳି। ତାଙ୍କ ବିଷୟରେ ଯେତେବେଳେ ଆମେ ଆଲୋଚନା କରିବା ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳିବ। ମୋତେ ଦସ୍ତଖତ ଥିବା ଜର୍ସି ପ୍ରଦାନ କରିଥିବାରୁ ତାଙ୍କୁ ବହୁତ ଧନ୍ୟବାଦ। ଶନିବାର ଦୁବାଇରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ପାକିସ୍ତାନୀ ଦ୍ରୁତ ବୋଲର ହାରିସ ରାଉଫ।

ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ରାଉଫ କହିଛନ୍ତି,  ସେ ଯେଉଁଭଳି ଭାରତ ପାଇଁ ପ୍ରଦର୍ଶନ କରୁଛନ୍ତି ତାହା ଲଗାତାର ଭଲ ରହିଛି। ଯେବେ ବି ଆପଣ କୌଣସି ବଡ ଖେଳାଳିଙ୍କ ବିପକ୍ଷରେ ଖେଳୁଛନ୍ତି, ତେବେ ଆପଣଙ୍କୁ ସର୍ବଦା ନିଜର ସାମର୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆମେ ଭାରତର ସମସ୍ତ ବ୍ୟାଟସମ୍ୟାନଙ୍କ ବିପକ୍ଷରେ ନିଜର ଯୋଜନା ଅନୁରୂପ ବୋଲିଂ କରିବାକୁ ଉଦ୍ୟମ କରିବୁ ଏବଂ ସେମାନଙ୍କର ଦୁର୍ବଳତାର ଫାଇଦା ଉଠାଇବାକୁ ଚେଷ୍ଟା କରିବୁ। ଆମେ ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ଚାପ ପକାଇବା ଲାଗି ଡଟ୍ ବଲ୍ ଫିଙ୍ଗିବାକୁ ଉଦ୍ୟମ କରିବୁ।

ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଦୁଇ ପ୍ରମୁଖ ଖେଳାଳି ଏବଂ ଉଭୟ ଦଳ ପାଇଁ ନିରନ୍ତର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଆମକୁ ଦୁହିଁଙ୍କ ଓ୍ଵିକେଟ୍ ଶୀଘ୍ର ନେବାକୁ ଚେଷ୍ଟା କରିବୁ। ଫଳରେ ଭାରତୀୟ ଦଳ ଚାପରେ ଆସି ପାରିବ। ଯଦି ଦୁଇ ଖେଳାଳିଙ୍କୁ ଶୀଘ୍ର ଆଉଟ୍ କରି ପାରିବୁ ତେବେ ଏହା ଆମ ପାଇଁ ଫଳପ୍ରଦ ରହିବ ବୋଲି ହାରିସ ରାଉଫ କହିଛନ୍ତି।

   Related Posts