ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

Asia Cup 2022: ବିରାଟ କୋହଲି ଏବଂ କେଏଲ ରାହୁଲଙ୍କ ଖେଳିବା ନିଶ୍ଚିତ, ପାକିସ୍ତାନ ବିପକ୍ଷରେ ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

26/08/2022 at 6:45 PM

ନୂଆଦିଲ୍ଲୀ: ବିଜୟ ସହିତ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବାକୁ ଅଣ୍ଟା ଭିଡିଛନ୍ତି ଅଧିନାୟକ ରୋହିତ ଶର୍ମା। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ଭାରତ। ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ରୋହିତଙ୍କ ପାଇଁ ସହଜ ହେବ ନାହିଁ। କେଏଲ ରାହୁଲ ଆଇପିଏଲ ୨୦୨୨ ପରେ ପ୍ରଥମ ଥର ଟି-୨୦ ମୁକାବିଲା ଖେଳିବାକୁ ଯାଉଛନ୍ତି। ଅନ୍ୟପଟେ ବିରାଟ କୋହଲିଙ୍କୁ ଗତ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଏବେ କୋହଲି ମଧ୍ୟ ଦଳକୁ ଫେରିଛନ୍ତି। ତେଣୁ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ନିଶ୍ଚିତ। ଦେଖିବା ବାକି ରହିଲା କେଉଁ ୧୧ ଜଣ ଖେଳାଳିଙ୍କୁ ସୁଯୋଗ ମିଳୁଛି। ଗତ ବର୍ଷ ଟି-୨୦ ବିଶ୍ଵ କପରେ ପାକିସ୍ତାନ ହାତରୁ ମିଳିଥିବା ପରାଜୟକୁ ଭାରତ ଭୁଲି ନାହିଁ।

ଭାରତୀୟ ଦଳ ଶେଷ ଟି-୨୦ ମୁକାବିଲା ଅଗଷ୍ଟ ୭ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲା। ଉକ୍ତ ମ୍ୟାଚ୍ ଖେଳିଥିବା ୫ ଖେଳାଳି ଏସିଆ କପ୍ ପାଇଁ ଚୟନ ହୋଇଥିବା ୧୫ ଜଣିଆ ଦଳରେ ନାହାନ୍ତି। ଏଥିରେ ଇଶାନ କିଷନ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ୍ ଏବଂ କୁଲଦୀପ ଯାଦବ ସାମିଲ୍। ଅର୍ଥାତ ଦଳରେ ଅତି କମରେ ୫ ପରିବର୍ତ୍ତନ ନିଶ୍ଚିତ। ଅଧିନାୟକ ରୋହିତ ଶର୍ମାଙ୍କ ସହିତ କେଏଲ ରାହୁଲ ଓପନିଂ କରି ପାରନ୍ତି।

ବିରାଟ କୋହଲି ଦୀର୍ଘ ବର୍ଷରୁ ନମ୍ବର ୩ରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ତେଣୁ ପାକିସ୍ତାନ ବିପକ୍ଷ ବଡ ମୁକାବିଲାରେ ତାଙ୍କୁ ଏହି ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଚତୁର୍ଥ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିବା ନିଶ୍ଚିତ। ଏହା ପରେ ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ମିଳିପାରେ। ଅର୍ଥାତ ଦୀପକ ହୁଡ୍ଡାଙ୍କ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ମୁସ୍କିଲ। ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛନ୍ତି।

ବୋଲିଂରେ ଭୁବନେଶ୍ଵର କୁମାର ଏବଂ ଅର୍ଶଦୀପ ସିଂହଙ୍କୁ ସୁଯୋଗ ମିଳିପାରେ। ଭୁବନେଶ୍ଵର କୁମାର ନୂତନ ବଲ୍‌ରେ ଦଳକୁ ପ୍ରାରମ୍ଭିକ ସଫଳତା ଦେଇ ପାରିବେ। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଛନ୍ତି। ସେ ଡେଥ ଓଭରରେ ପ୍ରଭାବଶାଳୀ ବୋଲିଂ କରି ପାରୁଛନ୍ତି। ସ୍ପିନ ବୋଲିଂରେ ୟୁଜବେନ୍ଦ୍ର ଚହଲଙ୍କ ଖେଳିବା ପ୍ରାୟତଃ ନିଶ୍ଚିତ।

ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଭୁବନେଶ୍ଵର କୁମାର।

   Related Posts