oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଏସିଆ କପ୍‌ ୨୦୨୨ : ଟିମ୍‌ରେ ନିଜର ଦାବିଦାର ପାଇଁ ଶେଷ ସୁଯୋଗ, କରିବାକୁ ପଡିବ ଦମ୍‌ଦାର ପ୍ରଦର୍ଶନ

3/08/2022 at 2:04 PM

ମୁମ୍ବାଇ ୦୩।୦୮: ଟିମ୍‌ ଇଣ୍ଡିଆ ଏବେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି । ଚଳିତ ମାସର ଶେଷରେ ଏସିଆ କପ୍‌ -୨୦୨୨ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଟି-୨୦ ଫର୍ମାଟରେ ଖେଳାଯିବ । ଏସିଆ କପ୍‌ ପାଇଁ ତାରିଖ ମଧ୍ୟ ଘୋଷଣା ସରିଛି । କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍‌ ଘୋଷଣା ହୋଇନାହିଁ । ଏପରି ଭାବେ ଆଗାମୀ ୨ଟି ମ୍ୟାଚ୍‌ ହିଁ ଟିମ୍‌ ଇଣ୍ଡିଆର କିଛି ଖେଳାଳିମାନଙ୍କ ପାଖରେ ଶେଷ ସୁଯୋଗ ରହିଛି । ନଚେତ୍‌ ଆଗାମୀ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ନାମ-

ଶ୍ରେୟସ ଆୟର:-  ଏହି ଯୁବ ଖେଳାଳିଙ୍କ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ରେ ଲଗାତର ଭାବେ ସୁଯୋଗ ଦିଆଯାଉଛି । କିନ୍ତୁ ଏବେ ଯାଏଁ ସଠିକ୍‌ ଭାବେ ନିଜର ପଦର୍ଶନ କରୁନାହାନ୍ତି । ସର୍ବଦା ଫ୍ୟାନ୍ସ ଓ ଚୟନକର୍ତ୍ତାଙ୍କୁ ନିରାଶ କରୁଛନ୍ତି ।  ଯଦି ଶ୍ରେୟସ ଆୟରଙ୍କ ଆଗାମୀ ଏସିଆ କପ୍‌ ୨୦୨୨ ଟିମ୍‌ରେ ସାମିଲ ହେବାକୁ ଅଛି , ତେବେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବାକି ୨ଟି ଯାକ ଟି-୨୦ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବାକୁ ପଡିବ । ଶ୍ରେୟସ୍ ଆୟର ଏହି ସିରିଜ୍‌ରେ ଏବେ ଯାଏଁ ୩ଟି ମ୍ୟାଚ୍‌ ୧୧.୩୩ ପ୍ରତିଶତରେ ୩୪ ରନ୍‌ ସଂଗ୍ରହ କରିଛନ୍ତି । ତେଣୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରୁ ଶ୍ରେୟସ ବାଦ୍‌ ପଡିବାର ଆଶଙ୍କା ରହିଛି ।

ରବିଚନ୍ଦ୍ରନ୍‌ ଅଶ୍ୱିନୀ :- କିଛି ଦିନ ତଳେ ହିଁ ଟି-୨୦ ଫର୍ମାଟକୁ ଫେରିଥିଲେ ରବିଚନ୍ଦ୍ରନ୍‌ ଅଶ୍ୱିନୀ । ଆଗାମୀ ଏସିଆ କପ୍‌ ୨୦୨୨ ଟିମ୍‌ରେ ସାମିଲ ହେବା ଏବେ ଅଶ୍ୱିନୀଙ୍କ ପ୍ରଥମ ଟାର୍ଗେଟ । କାହିଁକି ନା ଏବେ ଯାଏଁ ସିରିଜରେ ଅଶ୍ୱିନୀ ଖାସ୍‌ ପ୍ରଦର୍ଶନ କରିନାହାନ୍ତି । ମୋଟ ସିରିଜ୍‌ରେ ୬.୬୬ ଇକୋନୋମିରେ ବୋଲିଂ କରିଛନ୍ତି । ଅଶ୍ୱିନୀ ମାତ୍ର ୩ଟି ଓ୍ୱିକେଟ୍‌ ହାସଲ କରିଛନ୍ତି । ସେହିପରି ବ୍ୟାଟିଂରେ ମଧ୍ୟ ସେତେଟା ଖାସ୍‌ କରିନାହାନ୍ତି । ଏବେ ଯାଏଁ ସିରିଜ୍‌ରେ ୨୩ ରନ୍‌ ସଂଗ୍ରହ କରିଛନ୍ତି ଅଶ୍ୱିନୀ ।

ଦୀପକ ହୁଡ୍ଡା :-  ଏସିଆ କପ୍‌ ୨୦୨୨ ଟିମ୍‌ରେ ସାମିଲ ହେବା ପାଇଁ ଯୁବ ଦୀପକ ହୁଡ୍ଡାଙ୍କ ନାମ ଚର୍ଚ୍ଚା ହେଉଛି ।କିନ୍ତୁ ଟିମ୍‌ରେ ସାମିଲ ହେବାକୁ ହେଲେ, ବାକି ୨ଟି ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବାକୁ ପଡିବ । ଦୀପକ ହୁଡ୍ଡାଙ୍କୁ ଏହି ସିରିଜ୍‌ରେ ବିଶେଷ ସୁଯୋଗ ମିଳିନାହିଁ । କିନ୍ତୁ ପ୍ରଥମ ୨ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା । ଯେଉଁଥିରେ ତାଙ୍କୁ ୭ଟି ବଲ୍‌ର ସାମ୍ନାର କରିବାକୁ ପଡିଥିଲେ । ଦୀପକ  ମୋଟ ୧୦ ରନ୍‌ ହିଁ କରିପାରିଥିଲେ ।

   Related Posts