Asia Cup 2022: ଭାରତ-ପାକିସ୍ତାନର ଚିନ୍ତା ବଢାଇଲା ଆହତ ସମସ୍ୟା, ଏମିତି ହୋଇପାରେ ଦୁଇ ଦଳର ଚୂଡାନ୍ତ ଏକାଦଶ

Published By : Prameya-News7 Bureau | September 04, 2022 IST

ଦୁବାଇ: ଏସିଆ କପ୍‌ର ସୁପର ୪ର ଦ୍ଵିତୀୟ ମୁକାବିଲାରେ ପାକିସ୍ତାନକୁ ଭେଟିବ ଭାରତ। ଏହି ହାଇଭୋଲଟେଜ୍ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତୀୟ ସମୟନୁସାରେ ୭ଟା ୩୦ରେ ଖେଳାଯିବ। ଏସିଆ କପ୍‌ରେ ଦୁଇ ଦଳ ମଧ୍ୟରେ ଏହା ଦ୍ଵିତୀୟ ମ୍ୟାଚ୍। ଏହା ପୂର୍ବରୁ ଅଗଷ୍ଟ ୨୮ରେ ହୋଇଥିବା ମ୍ୟାଚ୍‌ରେ ଭାରତ ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ଏବେ ଦ୍ଵିତୀୟ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଏବଂ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ଚାହିଁବ।

ହେଲେ ଭାରତ ଏବଂ ପାକିସ୍ତାନ ପାଇଁ ଖେଳାଳି ଆହତ ହେବା ସମସ୍ୟା ଚିନ୍ତାର କାରଣ ପାଲଟିଛି। ପାକିସ୍ତାନର ତିନି ଜଣ ଦ୍ରୁତ ବୋଲର ଆହତ କାରଣରୁ ଏସିଆ କପ୍‌ରୁ ବାଦ୍ ପଡି ସାରିଛନ୍ତି। ଅନ୍ୟପଟେ ଭାରତର ଦୁଇ ଜଣ ତାରକା ଖେଳାଳି ଭାବେ ଦଳରୁ ବାଦ୍ ପଡିଛନ୍ତି। ଏମିତିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମକୁ ଚୂଡାନ୍ତ ଏକାଦଶ ବାଛିବା ମୁସ୍କିଲ ହେବ।

ଭାରତୀୟ ଦଳରେ ଯଶପ୍ରୀତ ବୁମରାଙ୍କ ପରେ ରବୀନ୍ଦ୍ର ଜାଡେଜା ମଧ୍ୟ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଜାଡେଜାଙ୍କ ସ୍ଥାନରେ ଲେଗ୍ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ୍‌ଙ୍କୁ ଦଳରେ ସାମିଲ୍ କରାଯାଇଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ।

wp:html /wp:html

ଏଥିସହ ଅଧିନାୟକ ରୋହିତ ଶର୍ମା ଓ୍ଵିକେଟ୍ କିପର ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଦଳରେ ସାମିଲ୍ କରିବେ ସେ ନେଇ ବଡ ଚ୍ୟାଲେଞ୍ଜ  ରହିଛି। ହଂକଂ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ବିଶ୍ରାମ ଦିଆଯାଇଥିଲା ଏବଂ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇଥିଲା। ମାତ୍ର ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନରେ ପନ୍ତ-କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ବସିବାକୁ ପଡିପାରେ।

 ସେହିପରି ପାକିସ୍ତାନ ଦଳର ଅଧିନାୟକଙ୍କୁ  ମଧ୍ୟ ନିଜର ଚୂଡାନ୍ତ ଏକାଦଶ ଚୟନ କରିବା ମୁସ୍କିଲ ହେବ। କାରଣ ଜଣର ତିନି ଖେଳାଳି ଶାହିନ ଶାହ ଆଫ୍ରିଦି, ମହମ୍ମଦ ଓ୍ଵାସିମ ଜୁନିୟର ଏବଂ ଶାହନଓ୍ଵାଜ ଦହାନୀ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି।ହେଲେ ଏବେ ଦହାନୀ ବାଦ୍ ପଡିବା ଦଳ ପାଇଁ ବଡ ମୁସ୍କିଲ ସ୍ଥିତି ସୃଷ୍ଟି କରିଛି। ଏବେ ତାଙ୍କ ସ୍ଥାନରେ ହସନ ଅଲ୍ଲୀ କିମ୍ବା ମହମ୍ମଦ ହସନେନଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ।

ଏମିତି ହୋଇପାରେ ଭାରତ-ପାକିସ୍ତାନର ସମ୍ଭାବିତ ଚୂଡାନ୍ତ ଏକାଦଶ

ଭାରତୀୟ ଦଳ- କେଏଲ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ/ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ରବିଚନ୍ଦ୍ରନ ଅଶ୍ଵିନ/ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ।

ପାକିସ୍ତାନ ଦଳ- ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ହସନ ଅଲ୍ଲୀ/ମହମ୍ମଦ ହସନେନ, ହାରିସ ରାଉଫ ଏବଂ ନସୀମ ଶାହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.