ଏସିଆ କପ୍ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଭାରତ, ଟୁଇଟରରେ ଟ୍ରେଣ୍ଡ ହେଉଛି #SackRohit
7/09/2022 at 9:53 PM

ନୂଆଦିଲ୍ଲୀ: ଏସିଆ କପ୍-୪ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ଛଅ ଓ୍ଵିକେଟ୍ରେ ପରାଜୟ ପରେ ଟିମ୍ ଇଣ୍ଡିଆ ଏବେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଭାରତ ପାଇଁ ଏବେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବା ବହୁତ ମୁସ୍କିଲ ହୋଇ ପଡିଛି। ସୁପର-୪ରେ ଏହା ଭାରତର ଲଗାତାର ଦ୍ଵିତୀୟ ପରାଜୟ। ଏହା ପୂର୍ବରୁ ଭାରତୀୟ ଦଳକୁ ପାକିସ୍ତାନ ୫ ଓ୍ଵିକେଟ୍ରେ ହରାଇଥିଲା। ହେଲେ ଶ୍ରୀଲଙ୍କା ବିପକ୍ଷରେ ପରାଜୟ ପରଠୁ ପ୍ରଶଂସକଙ୍କ କ୍ରୋଧ ଥଣ୍ଡା ପଡିବାର ନାଁ ନେଉ ନାହିଁ। ସାମାଜିକ ଗଣମାଧ୍ୟମରେ ଭାରତୀୟ ଦଳକୁ ଟାର୍ଗେଟ୍ କରାଯାଉଛି। ଗୋଟିଏ ପଟେ କ୍ରିକେଟ୍ ଏକ୍ସପର୍ଟଙ୍କଠୁ ନେଇ ପ୍ରଶଂସକ ପର୍ଯ୍ୟନ୍ତ ଦଳର ଚୟନ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ସମାଲୋଚକଙ୍କ ନିଶାଣରେ ଅଛନ୍ତି।

ସୁପର-୪ରେ ଲଗାତାର ଦ୍ଵିତୀୟ ପରାଜୟ ପରେ ଟୁଇଟରରେ #SackRohit ଲଗାତାର ଟ୍ରେଣ୍ଡ ହେବାରେ ଲାଗିଛି। ଟୁଇଟରରେ ଏ ପର୍ଯ୍ୟନ୍ତ ପ୍ରାୟ ୨୫.୫ ୟୁଜର୍ସ #SackRohit ଟୁଇଟ୍ କରି ସାରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ଯେଉଁଭଳି ଭାରତକୁ ପରାଜୟ ଭୋଗିବାକୁ ପଡିଲା ଏହା ପରଠୁ ରୋହିତ ଶର୍ମାଙ୍କ ନେତୃତ୍ଵ କ୍ଷମତାକୁ ନେଇ ପ୍ରଶ୍ନ ଉଠିଛି।
ଆଜିର ମୁକାବିଲାରେ ଯଦି ପାକିସ୍ତାନ ଆଫଗାନିସ୍ତାନକୁ ହରାଇ ଦିଏ ତେବେ ଏସିଆ କପ୍ ୨୦୨୨ରେ ଭାରତର ଯାତ୍ରା ଏଠାରେ ସମାପ୍ତ ହୋଇଯିବ। ଯଦି ଆଜି ଆଫଗାନିସ୍ତାନ ମ୍ୟାଚ୍ ଜିତେ ଏବଂ ଶନିବାର ଶ୍ରୀଲଙ୍କାକୁ ହରାଏ ତେବେ ଭାରତ ନିକଟରେ ଫାଇନାଲ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ପୁଣି ଭାରତକୁ ଗୁରୁବାର ଆଫଗାନିସ୍ତାନକୁ ବିଶାଳ ବ୍ୟବଧାନରେ ହରାଇବାକୁ ପଡିବ।