ଏସିଆ କପ ଫାଇନାଲ : ଆଜି ଭାରତ ବାଂଲାଦେଶ ଲଢେଇ

Published By : Prameya-News7 Bureau | September 28, 2018 IST

ଦିଲ୍ଲୀ ୨୮/୯ : ଆଜି ଏସିଆ କପ ୨୦୧୮ ଫାଇନାଲ ମ୍ୟାଚ | ଫାଇନାଲରେ ଆଜି ଭାରତ ସହିତ ମୁକାବିଲା କରିବ ବାଂଲାଦେଶ | ଦ୍ୱିତୀୟ ଥର ପାଇଁ ଆଜି ଭାରତକୁ ସାମ୍ନା କରିବ ବାଂଲାଦେଶ | ଚଳିତ ଏସିଆ କପରେ ଗ୍ରୁପ ପର୍ଯ୍ୟାୟ ଓ ସୁପର-୪ ପର୍ଯ୍ୟାୟର କୌଣସି ମ୍ୟାଚ ଭାରତ ହରିନାହିଁ | ତେବେ ଆଫଗାନିସ୍ତାନ ସହିତ ମ୍ୟାଚ ଟାଇ ହୋଇଥିଲା | ଏହି ମ୍ୟାଚର ବିଶେଷ ଗୁରୁତ୍ୱ ନଥିବାରୁ ଭାରତର ଅଗଧାଡ଼ିର ଖେଳାଳିମାନଙ୍କୁ ବିଶ୍ରାମ ଦେଇ ନୂଆ ଖେଳାଳିଙ୍କୁ ନିଆଯାଇଥିଲା | ଏସିଆ କପ ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି | ଏଠି ପୂର୍ବରୁ ୨୦୧୬ ଏସିଆ କପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମୁକାବିଲା ହୋଇଥିଲା | ଏହି ମ୍ୟାଚ ଟି-୨୦ ଫର୍ମାଟରେ ଖେଳାଯାଇଥିଲା | ବାଂଲାଦେଶର ଢାକା ଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ୮ ଉଇକେଟରେ ପରାସ୍ତ କରିଥିଲା | ଭାରତୀୟ ଦଳର ଓପନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧାୱନ ଭଲ ଫର୍ମରେ ରହିଛନ୍ତି | ସେହିଭଳି ପରବର୍ତ୍ତୀ ବ୍ୟାଟ୍ସ ମ୍ୟାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ ମଧ୍ୟ ଭଲ ଫର୍ମରେ ରହିଛନ୍ତି | ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଭାରତୀୟ ବୋଲିଂ ଦୁବାଇ ପିଚରେ ବେଶ ଭଲ କାମ କରୁଛି | ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁବେନ୍ଦ୍ର ଚହଳ ପ୍ରମୁଖ ବେଶ ଭଲ ପ୍ରଦର୍ଶନ କରିଆସିଛନ୍ତି | ଅପରପକ୍ଷରେ ବାଂଲାଦେଶ ପାକିସ୍ତାନକୁ ହରାଇ ଫାଇନାଲ ଖେଳୁଥିବାରୁ ଦଳର ମନୋବଳ ଦୃଢ ରହିଛି | ଏହା ପୂର୍ବରୁ ଭାରତ ୬ଥର ଏସିଆ କପ ଜିତିଛି | ବାଂଲାଦେଶ ପୂର୍ବରୁ ୨ଥର ଏସିଆ କପ ଜିତିଛି | ଫାଇନାଲ ମ୍ୟାଚ ଦୁବାଇ ସ୍ଥିତ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ | ଆଜି ଭାରତୀୟ ଦଳରେ ଖେଳିବେ- ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ,ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା, ୟୁବେନ୍ଦ୍ର ଚହଳ, କୁଲଦୀପ ଯାଦବ, ମନୀଷ ପାଣ୍ଡେ, ଦୀପକ ଚହାର, ସିଦ୍ଧରତ କୌଲ, କେଅଲ ରାହୁଲ | ବାଂଲାଦେଶ ଦଳରେ ଆଜି ଖେଳିବେ- ମାତ୍ସରଫି ବିନ ମୂର୍ତ୍ତଜା, ମହମ୍ମଦ ମିଥୁନ, ଲିଟ୍ଟନ କୁମାର ଦାସ, ମୁସଫିକୁର ରହିମ, ଅରୁଫୁଲ ହକ, ମହାମ୍ମୁଦୁଲ୍ଲାହ, ମୋଷଦେକ ହୁସେନ, ନଜମୁଲ ସୋନି, ମେହଦି ମୀରାଜ, ନଜମୁଲ ଇସ୍ଲାମ ଅପ୍ପୁ, ରୁବେଲ ହୁସେନ, ମୁସ୍ତାଫିଜୁର ରହମାନ, ଅବୁ ହେଦର ରୋନି, ସୋମ୍ୟ ସରକାର, ମୋମିନୁଲ ହକ, ଇମ୍ୟୁରୁଲ କାୟେସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.