ଶୁକ୍ରବାରଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ଏନ୍ଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ
16/11/2023 at 6:53 PM

ପୁରୀ ୧୬।୧୧: ଆସନ୍ତାକାଲି ଠାରୁ ଆରମ୍ଭ ହେବ ମରାମତି କାର୍ଯ୍ୟ। ଏଏସାଆଇ କୁ ଏନଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ। ସକାଳ ୬ଟା ରୁ ରାତି ୧୦ ଟା ମଧ୍ୟରେ କରିପାରିବେ ମରାମତି କାର୍ଯ୍ୟ। ମରାମତି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରିଚାଳନା କମିଟି ସେବାୟତ ସଦସ୍ୟ କରିବେ ତଦାରଖ। ନାଟମଣ୍ଡପର ଗୋଟିଏ ବିମ୍ ରେ ଫାଟ ଥିବା କହିଛି ଏଏସାଆଇ। ଯାଞ୍ଚ ପରେ ଆଉ କ’ଣ ସମସ୍ୟା ଏବଂ କେଉଁଠି ଫାଟ ରହିଛି ତାହା ସ୍ପଷ୍ଟ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା।
ରତ୍ନ ପଲଙ୍କ ମରାମତି ପ୍ରସଙ୍ଗ
ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କ ର ମରାମତି ସହ ନୂତନ ରତ୍ନପଲଙ୍କ ନିର୍ମାଣ ହେବ। ଆସନ୍ତାକାଲି ଠାରୁ ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ୍ ନିର୍ମାଣ ହେବ। ବର୍ମାଟିକ କାଠରେ ଏହା ନିର୍ମାଣ କରାଯିବ। ରତ୍ନପଲଙ୍କ ପାଇଁ ଦାତା ଦେଇଥିବା ରୂପା ଚାଦର ପ୍ରସ୍ତୁତ ହୋଇ ରହିଛି। ନୂଆବର୍ଷରେ ନୂଆ ରତ୍ନପଲଙ୍କ ରେ ଶୟନ କରିବେ ମହାପ୍ରଭୁ।
You Can Read:
ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା
ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଅନଲାଇନ ରେ ବୁକିଙ୍ଗ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ହୁଇଲ୍ ଚେୟାର ମାଧ୍ୟମରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଯାଇ ସେଠାରେ ଥିବା ରାମ୍ପ ଯୋଗେ ଶ୍ରୀମନ୍ଦିର ଭିତରକୁ ଯିବେ। ସକାଳ ୧୦ଟାରୁ ୧୧ଟା ଏବଂ ଅପରାହ୍ନ ୩.୩୦ ରୁ ୪ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯିବ। ଏନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।