AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଶ୍ରୀମନ୍ଦିର ଆସୁଛନ୍ତି ଏଏସ୍‌ଆଇ ଟିମ୍‌, ନାଟମଣ୍ଡପର ସ୍ଥିତି ପରଖିବେ ବିଶେଷଜ୍ଞ

27/11/2022 at 11:14 AM

ପୁରୀ ୨୭।୧୧ : ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପକୁ ଯାଞ୍ଚ କରାଯିବା । ଏଏସ୍ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରତିନିଧି ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିବେ।

ତେବେ ଏହି ଅବସରରେ ନାଟମଣ୍ଡପରେ ଲଗାଯାଇଥିବା କ୍ରାକ ମିଟର ରିଡିଂ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମର ମରାମତି ସମ୍ପର୍କରେ ହେବ ସବିଶେଷ ଆଲୋଚନା। ନାଟମଣ୍ଡପ ବିମରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା ହେବ । ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟକୁ ଅତି ନିଖୁଣ ଭାବରେ ଯାଞ୍ଚ  କରାଯିବ।  ଏହି ଫାଟ ମେଲୁଛି କି ନାହିଁ  ଏବଂ ବିପଦ ରହିଛି କି ନାହିଁ କ୍ରାକ ମିଟର ରିଡିଙ୍ଗ ମାଧ୍ୟମରେ ତର୍ଜମା କରାଯାଉଛି ।

ସେପଟେ ପୂର୍ବରୁ ସେପ୍ଟେମ୍ବର ୧୭ରେ ହାଇକୋର୍ଟଙ୍କ ନିର୍ଦ୍ଦେକ୍ରମେ ଆମିକସ କ୍ୟୁରି ଏନକେ ମହାନ୍ତି ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ୨୦୨୦ରେ ରିବାଉଣ୍ଡ ହାମର ଟେଷ୍ଟ ଏବଂ ପଥର ଗୁଡିକର ଅଲ୍ଟ୍ରାସାଉଣ୍ଡ ପଲ୍ସ ଭେଲୋସିଟି ଟେଷ୍ଟ ସରିଥିଲା । ହେଲେ ଚୂନ ପଥର ତଳର ସ୍ଥିତି ଏହି ଦୁଇ ପରୀକ୍ଷାରୁ ଜଣାପଡିନଥିଲା । ଏହି କାରଣରୁ କ୍ରାକ ମିଟର ରିଡିଂ ପାଇଁ ସୁପାରିଶ କରିଥିଲା କୋର କମିଟି ।

ପୂର୍ବରୁ କ୍ରାକ ମିଟର ଠିକରେ ସ୍ଥାପନ ହୋଇନଥିବା ଦର୍ଶାଇଥିଲେ ଆମିକସ କ୍ୟୁରି। ନାଟମଣ୍ଡପ ସମେତ ଶ୍ରୀମନ୍ଦିରର ଅନେକ ସ୍ଥାନରେ ଫାଟ ରହିଥିବା ସ୍ପଷ୍ଟ ହୋଇଥିବା ବେଳେ ଏବେ ଉଚ୍ଚସ୍ତରୀୟ ଟିମ୍ ଆସିବା ଦ୍ୱାରା ଡ୍ୟାମେଜ କଣ୍ଟ୍ରୋଲ ହୋଇପାରିବ ବୋଲି ଆଶା ଦେଖାଦେଇଛି । ଏଏସଆଇ ଅତିରିକ୍ତ ଡିଜି, ଏଏସଆଇ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ , ଭୁବନେଶ୍ୱର ମଣ୍ଡଳ ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଏହି ଟିମରେ ଆସୁଥିବାର ସୂଚନା ମିଳିଛି।

   Related Posts