ଏମାର ମଠ ପରିସର ଖନନରୁ ମିଳିଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍ଆଇ ଟିମ୍, ଗଙ୍ଗ ସାମ୍ରାଜ୍ୟ ସମୟର ଅନୁମାନ
17/05/2022 at 6:38 PM

ପୁରୀ, ୧୭/୦୫: ଏମାର ମଠ ପରିସର ଖନନ ନିକଟରେ ସରିଲା ଏଏସଆଇର ଅନୁଧ୍ୟାନ। ଖନନ ସ୍ଥାନରେ ଥିବା ସିଂହ ମୂର୍ତ୍ତି ଗଙ୍ଗ ସାମ୍ରାଜ୍ୟ ସମୟର ହୋଇଥିବା ଅନୁମାନ । ଏକ ୱଲ୍ର ଅବଶିଷ୍ଟାଂଶ ମିଳିଛି । ଏହାର ପରୀକ୍ଷଣ କରାଯାଇ ରିପୋର୍ଟ ଦିଆଯିବ । ହାଇକୋର୍ଟରେ ମାମଲା ଥିବାରୁ ଅଧିକ କିଛି କହିବା ପାଇଁ ମନାକରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ଓବିସିସି ଚିଠି ଆଧାରରେ ଖନନ ସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତିର ପରୀକ୍ଷଣ କରାଯାଇଛି ।