suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କାର୍ଯ୍ୟରେ ଅବହେଳା କରି ଏଏସ୍ଆଇ ସସ୍‌ପେଣ୍ଡ୍‌

27/09/2020 at 8:52 PM

ସୋର୨୭/୯: କାର୍ଯ୍ୟରେ ଅବହେଳା କରି ଖନ୍ତାପଡ଼ା ଥାନାର ଏଏସ୍ଆଇ ଗୌରହରି ଦାସ ସସପେଣ୍ଡ। ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା କସବାଜୟପୁର ଗ୍ରାମର ଅମୀୟ ମଲ୍ଲିକ କୋଟାକ ମହେନ୍ଦ୍ରା ବ୍ୟାଙ୍କରେ ଖାତା ଖୋଲିଥିଲେ। ବ୍ୟାଙ୍କ ତରଫରୁ ତାଙ୍କୁ ଏକ କ୍ରେଟିଟ କାର୍ଡ଼ କୋରିଅର ଜରିଆରେ ତାଙ୍କ ଘରକୁ ପଠାଇଥିଲା। ଗତ ୧୧ ତାରିଖ ଦିନ ତାଙ୍କ ତାଙ୍କ ଘରେ କ୍ରେଡ଼ିଟ କାର୍ଡ଼ଟି ପହଁଞ୍ଚିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଖାତାରୁ ୨ ହଜାର ଟଙ୍କା କଟି ଯାଇଥିବା ବେଳେ ଏହା କ୍ରେଡ଼ିଟ କାର୍ଡ଼ ଜରିଆରେ ଖନ୍ତାପଡ଼ା ବାବା ବସ୍ତ୍ରାଳୟରେ ସ୍ୱାଇପ ଉଠାଯାଇଥିବା ମେସେଜ ଆସିଥିଲା।

ମୁଖ୍ୟ ଅଭିଯୁକ୍ତ ରତ୍ନାକର ମଲ୍ଲିକ

ଅମୀୟ ସଙ୍ଗେ ସଙ୍ଗେ ବ୍ୟାଙ୍କ ସହ ଯୋଗାଯୋଗ କରିବା ସହ ସ୍ୱାଇପ୍ ହୋଇଥିବା ବାବା ବସ୍ତ୍ରାଳୟକୁ ପଚାରିଥିଲେ। ପରେ ଅମୀୟ ଏହି କାର୍ଡ଼ଟି ମୋର ଏବଂ ମୋ ଘରେ ଡେଲିଭରି ହେବା ପୂର୍ବରୁ ଏହି ଫ୍ରଡ଼ କରାଯାଇଛି ବୋଲି କହିବା ସହ କାର୍ଡ଼ ସ୍ୱାଇପ କରିଥିବା ଯୁବକଙ୍କୁ ଧରି ପୋଲିସରେ ଦେବା ପାଇଁ କହିଥିଲେ। ଦୋକାନୀ ମାଲିକ ସ୍ୱାଇପ କରିଥିବା ଯୁବକକୁ ଅଟକ ରଖି ଖନ୍ତାପଡ଼ା ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଯୁବକ ଜଣକୁ ଥାନାରେ ଅଟକ ରଖିଥିଲା। ଅମୀୟଙ୍କ ବାପା ଏନେଇ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୋଲିସ ଧରିଥିବା ବେଠିପୁର ଅଞ୍ଚଳର ଅଭିଯୁକ୍ତ ରତ୍ନାକର ମଲ୍ଲିକ ଥାନାରୁ ଖସି ଯାଇଥିଲା। ରତ୍ନାକର ଥାନାରୁ ଖସିଯିବା ପରେ କାର୍ଯ୍ୟରେ ଅବହେଳା ଯୋଗୁଁ ଏଏସଆଇ ଶ୍ରୀଦାସଙ୍କୁ ବାଲେଶ୍ଵର ଏସପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

   Related Posts