ମାତ୍ର ୫୦ ଟଙ୍କା ଲାଞ୍ଚ ପାଇଁ ଖାକି ବାବୁଙ୍କ ସିସିଆରରେ ଲାଗିଲା ଦାଗ, ଏଏସ୍‌ଆଇ ସସ୍‌ପେଣ୍ଡ୍

Published By : Prameya-News7 Bureau | August 04, 2020 IST

କଟକ୪/୮: ୫୦ ଟଙ୍କା ନେଇ ଏଏସଆଇ ସସ୍‌ପେଣ୍ଡ। ଲାଲବାଗ ଥାନା ଏ.ଏସ.ଆଇ ବେଣୁଧର ଦାସଙ୍କୁ ସସ୍‌ପେଣ୍ଡ କରିଛନ୍ତି କଟକ ଡିସିପି ପ୍ରତୀକ ସିଂହ। ଗତ ୨୯ ତାରିଖ ଅଭିଯୋଗ ଉପରେ ୫ଦିନ ପରେ ହୋଇଛି ଆକ୍ସନ।

ଖବର ଅନୁଯାୟୀ, ଗତ ୨୯ ତାରିଖ ଦିନ ହେଲମେଟ ଚେକିଂ  ନାମରେ ଏଏସଆଇ ବେଣୁଧର ଦାସ ଜଣେ ବ୍ୟକ୍ତିଙ୍କୁ ୫୦ ଟଙ୍କା ଲାଞ୍ଚ ନେଇଥିଲେ। ହାଇକୋର୍ଟ ନିକଟରେ ହେଲମେଟ୍ ଚେକିଂ ଡ୍ୟୁଟିରେ ଥିବା ବେଳେ ଏଏସ୍‌ଆଇ ବେଣୁଧର ଏପରି ବେନିୟମ କାମ କରିଥିଲେ। ତେବେ ଏହି ଖବର ନ୍ୟୁଜ ସେଭେନରେ ପ୍ରସାରଣ ହୋଇଥିଲା। ଏହି ରିପୋର୍ଟ ଭିତ୍ତିରେ ଡିସିପି ଆକ୍ସନ ନେଇଥିବା ସୂଚନା ମିଳିଛି।

ମାତ୍ର ୫୦ ଟଙ୍କା ପାଇଁ ଏଏସ୍‌ଆଇ ବେଣୁଧର ଦାସଙ୍କୁ ନିଲମ୍ବନ ହେବାକୁ ପଡିବା ଘଟଣା କେବଳ ସାଧାରଣରେ ନୁହେଁ, କର୍ମଚାରୀ ମହଲରେ ବି ଚର୍ଚ୍ଚାର ବିଷୟ ହୋଇଛି। ଅପରାଧରେ ଛୋଟ ବଡ ନାହିଁ। ଆଇନ୍‌ର ରକ୍ଷକ ଯଦି ଆଇନ୍‌କୁ ଅବମାନନା କରିବେ, ତେବେ ଦଣ୍ଡ ହିଁ ଭୋଗିବେ। ବେଣୁଧରଙ୍କ ନିଲମ୍ବନ ଘଟଣା ଏହାର ସଦ୍ୟ ଉଦାହରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.