ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ, CFSLର ସହାୟତା ଲୋଡ଼ିଥିଲା କ୍ରାଇମବ୍ରାଞ୍ଚ
3/02/2023 at 11:59 AM

ଭୁବନେଶ୍ୱର ୦୩/୦୨: ASI ଗୋପାଳ ଦାସଙ୍କ ଲେୟାର୍ଡ଼ ଭଏସ ଟେଷ୍ଟ କରିବ କ୍ରାଇମ ବ୍ରାଞ୍ଚ । ଏଥିପାଇଁ ଦିଲ୍ଲୀ CFSLର ସହାୟତା ଲୋଡ଼ିଥିଲା କ୍ରାଇମବ୍ରାଞ୍ଚ । ଦିଲ୍ଲୀ CFSLର ଟିମ୍ ଝାରସୁଗୁଡାରେ ପହଁଚିଛନ୍ତି ।
ଗୋପାଳର ସାଇକୋଲୋଜିକାଲ ଆଶେଷମେଣ୍ଟ ଟେଷ୍ଟ ମଧ୍ୟ କରିବ CFSL ଟିମ୍ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହେଉଛି । ଆସନ୍ତାକାଲି ଦୁଇଟି ଟେଷ୍ଟ ହେବା ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ଟେଷ୍ଟ ପାଇଁ ଆନୁସଙ୍ଗିକ ଯନ୍ତ୍ରାଂଶ cfsl ଟିମ ସାଙ୍ଗରେ ଆଣିଛି ।
ସୂଚନା ଥାଉକି, ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଅନୁମତି ଦେଇଛି ଜେଏମଏଫସି କୋର୍ଟ । ପୂର୍ବରୁ ଗୋପାଳକୁ ନେଇ ସିନ୍ ରିକ୍ରିଏସନ କରାଯାଇଛି । ଏହାସହ କ୍ରାଇମବ୍ରାଞ୍ଚ ଟିମ ନବଦାସଙ୍କ କାର୍ ମଧ୍ୟ ଯାଞ୍ଚ କରିଛି ।