୫୦ ହଜାର ମାଗିଥିଲେ ନେଉଥିଲେ ୫୦୦୦, ପୋଲିସ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Published By : Prameya-News7 Bureau | August 24, 2021 IST

ସୁନ୍ଦରଗଡ, ୨୪|୦୮: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ବଡ଼ଗାଁ ଥାନା ଏଏସଆଇ କୈଳାଶ ନାଏକ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।

ସୂଚନାନୁସାରେ, ବଡ଼ଗାଁ ଥାନାରେ ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ମାଡ଼ପିଟ ଘଟଣାରେ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଏଏସଆଇ କୈଳାଶ ନାଏକ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ତେବେ ଏତେ ଟଙ୍କା ଦେବାରେ ସକ୍ଷମ ନୁହେଁ ବୋଲି ବୈକୁଣ୍ଠ କହିଥିଲେ। କିନ୍ତୁ ପ୍ରଥମେ ୫ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ଏନେଇ ସେ ଭିଜିଲାନ୍ସରେ ମଧ୍ୟ ସୂଚନା ଦେଇଥିଲେ ।

ତେବେ ପୋଲିସ ବାବୁଙ୍କୁ  ଅଗ୍ରୀମ ୫ ହଜାର ଟଙ୍କା ଦେଉଥିବା ସମୟରେ ସୁନ୍ଦରଗଡ ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ସହ ଏଏସଆଇଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.