ASI ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

Published By : Prameya-News7 Bureau | November 14, 2023 IST

ବୌଦ୍ଧ ୧୪।୧୧: ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ମହା ନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସାଙ୍କ ବୌଦ୍ଧ ଜିଲ୍ଲା ଗସ୍ତ । ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ବୁଲିବା ସହିତ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ଅଧିନରେ ଥିବା ବୌଦ୍ଧର ଦୁଇଟି କୀର୍ତ୍ତରାଜି ଗନ୍ଧରାଡୀ ଓ ରାମେଶ୍ୱର ପୀଠର ସଂରକ୍ଷଣ/, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ହେବ ବୋଲି ପ୍ରକାଶ କରିଛନ୍ତି l ଶ୍ରୀ ବାସା ବୌଦ୍ଧରେ ପହଞ୍ଚିବା ପରେ ସର୍କିଟ ହାଉସରେ ବୌଦ୍ଧ ନାଗରିକ କମିଟି ସମ୍ପାଦକ ବିଶ୍ୱେଶ୍ୱର ପୃଷ୍ଟି ତାଙ୍କୁ ସ୍ୱାଗତ କରିବା ସହ ଏହି ଦୁଇଟି କୀର୍ତ୍ତିରାଜି ସମ୍ପର୍କରେ ପ୍ରକାଶିତ ବିଭିନ୍ନ ଲେଖା ସମେତ ପାତଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ବିଷୟରେ ପ୍ରକାଶିତ ପୁସ୍ତକ ପ୍ରଦାନ କରିଥିଲେ l ଶ୍ରୀ ବାସା ବୌଦ୍ଧର ଭୂମିସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧ ପ୍ରତିମା ପରିଦର୍ଶନ କରିଥିଲେ l

ଏହି କୀର୍ତ୍ତ ସମେତ ଶ୍ୟାମସୁନ୍ଦରପୁର ଏବଂ ପରଗଳପୁର ଠାରେ ଥିବା ବୌଦ୍ଧ କିର୍ତ୍ତୀକୁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ନିଜ ଅଧିନକୁ ନେବାକୁ ବୌଦ୍ଧ ନାଗରିକ କମିଟି ତରଫରୁ ଶ୍ରୀ ବସାଙ୍କୁ ଅନୁରୋଧ କରାଯାଇଥିଲା l ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ମିଳିଲେ ଏ ସମ୍ପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହାପରେ ଶ୍ରୀ ବାସା ନବମ ଶତାବ୍ଦୀରେ ନିର୍ମିତ ବୌଦ୍ଧର ରାମେଶ୍ୱର ମନ୍ଦିର ପରିଦର୍ଶନ କରି ଏଠାରେ ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପାନୀୟ ଜଳ, ଶୌଚାଳୟ, ଅର୍ଦ୍ଧ ନିର୍ମିତ ମନ୍ଦିର ସଂରକ୍ଷଣ, ଇତସ୍ତତଃ ପଡ଼ିଥିବା ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପର୍ଣ୍ଣ କଳାକୃତି ସମୂହର ସଂରକ୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ l ସେହିପରି ଅଷ୍ଟମ ଶତାବ୍ଦୀରେ ନିର୍ମିତ ଐତିହାସିକ ବିରଳ ଯମଜ ମନ୍ଦିର ଗନ୍ଧରାଡୀ ପୀଠ ପରିଦର୍ଶନ କରି ଶ୍ରୀ ବାସା ମନ୍ଦିର ଭାସ୍କର୍ଯ୍ୟ ସୁରକ୍ଷାର ସମୀକ୍ଷା କରିଥିଲେ | ଗନ୍ଧରାଡୀ ମନ୍ଦିରରେ ପାଣି ଗଳୁ ଥିବାରୁ ତାର ମରାମତି, ଜଳାଭିଷେକ ସମୟରେ ଜଳ ନିଷ୍କାସନ ସମେତ ପୀଠର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ଆଲୋକୀକରଣ, ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ବନ୍ଧରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.