୧୫ ହଜାର ଟଙ୍କା ଲାଞ୍ଚ ନେଇ ଫାଣ୍ଡି ଅଧିକାରୀ ଗିରଫ
25/11/2022 at 9:56 PM

ଫୁଲବାଣୀ ୨୫/୧୧: ଲାଞ୍ଚ ନେବାବେଳେ ଧରାପଡ଼ିଲେ ପୋଲିସ ଏଏସଆଇ। ରେଡ୍ ହ୍ୟାଣ୍ଡରେ ଧରିଲା ଭିଜି ଭିଜିଲା ଟିମ୍। ଅଭିଯୁକ୍ତ ଲାଞ୍ଚୁଆ ଏଏସଆଇଙ୍କ ପରିଚୟ ମଦନ ମୋହନ ପ୍ରଧାନ।ସେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଜହ୍ନର ବାସିନ୍ଦାl ପଙ୍କ ଫାଣ୍ଡି ଅଧିକାରୀ ମଦନମୋହନ କାର୍ଯ୍ୟରତ ଥିଲେ।
ମଦନ ମୋହନ ବୌଦ୍ଧର ବୈଜୟନ୍ତି ଏଗରୋ ମେସିନରୀସର ମାଲିକ ସ୍ଵପ୍ନେଶ୍ଵର ଖୁଣ୍ଟିଆଙ୍କ ଠାରୁ ଏକ ମାମଲାରେ ୱାନ୍ ସିସି ୨୨ /୨୨ ଓ ଥାନା କେଶ ନମ୍ବର ୩୧୩/୨୨ ର ରିପୋର୍ଟ ଦେବା ପାଇଁ ସେ ଲାଞ୍ଚ ମାଗିଥିଲେ। ଶୁକ୍ରବାର ସେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଥିଲେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023