oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମହଙ୍ଗା ପଡିଲା ଲାଞ୍ଚ ନେଇ ଗାଡି ଛାଡିବା : ଥାନା ଏଏସ୍‌ଆଇ ଓ ୨ ହୋମଗାର୍ଡ ଗିରଫ

31/08/2020 at 9:23 AM

ମାଲକାନଗିରି ୩୧।୦୮: ମହଙ୍ଗା ପଡିଲା ଲାଞ୍ଚ ନେଇ ଗାଡି ଛାଡିବା । ନିଲମ୍ବିତ ହୋଇ ଗିରଫ ହୋଇଛନ୍ତି ୩ଜଣ ପୁଲିସ କର୍ମଚାରୀ । ମାଲକାନଗିରି ଜିଲ୍ଲାରେ ଏହି ଘଟଣା ଘଟିଛି । ଗିରଫ କର୍ମଚାରୀମାନେ ହେଲେ ମୁଦୁଲିପଡା ଥାନା ଏଏସଆଇ ନାରାୟଣ ମାଝି, ହୋମଗାର୍ଡ ସୁଶାନ୍ତ ବେହେରା ଓ ସୀତାକାନ୍ତ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଛଅଦିନ ତଳେ ଏଏସଆଇ ଶ୍ରୀ ମାଝି, ହୋମଗାର୍ଡ ଶ୍ରୀ ବେହେରା ଓ ଶ୍ରୀ ପଟ୍ଟନାୟକ ଖଇରପୁଟ ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଉକ୍ତ ରାସ୍ତାଦେଇ ଏକ ଗାଡି ଦ୍ରୁତ ଗତିରେ ଯାଉଥିଲା । ସନ୍ଦେହ ହେବାରୁ କର୍ମଚାରୀମାନେ ଗାଡିଟିକୁ ଗୋଡାଇ ଧରିଥିଲେ । ଯାଞ୍ଚବେଳେ ସମ୍ପୃକ୍ତ ଚାଳକ ଗାଡିର କୌଣସି କାଗଜପତ୍ର ଦେଖାଇ ପାରି ନଥିଲେ । ତେବେ ମାଲିକଙ୍କଠାରୁ ଲାଞ୍ଚ ନେଇ ତିନି ପୁଲିସ କର୍ମଚାରୀ ଗାଡିକୁ ଛାଡି ଦେଇଥିଲେ । ସେହି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ପରେ ଜଣାପଡିଥିଲା । ଏହି ଘଟଣାଟି ପୁଲିସ ମହଲରେ ବେଶ୍‌ ଚର୍ଚ୍ଚାର ହୋଇଥିଲା। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । କାଗଜପତ୍ର ନଥାଇ ଗାଡି ଛାଡିବା ଓ ଲାଞ୍ଚନେବା ଅଭିଯୋଗରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଗତ ଶନିବାର ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ, ଗଞ୍ଜେଇ ଚାଲାଣ ଓ ଚାଷ ରୋକିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢଉ କରାଯାଉଛି । ଏହାସତ୍ତେ୍ୱ ଦୁର୍ବୃତମାନେ ଉଭୟ ଚାଷ ଓ ଚାଲାଣ ଜାରି ରଖିଛନ୍ତି । ଚଳିତବର୍ଷ ଏପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣ ନେଇ ଜିଲ୍ଲାର ବିଭିନ୍ନ ଥାନାରେ ୫୯ ଟି ମାମଲା ରୁଜୁ ହୋଇଛି । ଏସବୁ ମାମଲାରେ ମୋଟ ୧୭ ହଜାର ୫୭୨ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ମାମଲାରେ ସମ୍ପୃକ୍ତ ୫୬ ଟି ଗାଡି ଜବତ ସହ ୧୨୨ ଜଣଙ୍କୁ ପୁଲିସ ଗିରଫ କରିଛି ।

   Related Posts