Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଅଶ୍ଵିନଙ୍କ ଟାର୍ଗେଟ୍‌ରେ ଅନିଲ କୁମ୍ବଲେଙ୍କ ମହାରେକର୍ଡ, କ’ଣ ଅହମ୍ମଦାବାଦରେ ରଚିବେ ଇତିହାସ ?

6/03/2023 at 4:40 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଶେଷ ମୁକାବିଲା ମାର୍ଚ୍ଚ ୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଉକ୍ତ ମ୍ୟାଚ୍‌ରେ ଭାରତୀୟ ଦଳର ଷ୍ଟାର ସ୍ପିନର ଆର ଅଶ୍ଵିନଙ୍କ ନିକଟରେ କିମ୍ବଦନ୍ତୀ ସ୍ପିନର ଅନିଲ୍ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ଯଦି ଅଶ୍ଵିନ ନିର୍ଣ୍ଣାୟକ ଟେଷ୍ଟରେ ୫ ଓ୍ଵିକେଟ୍ ହାସଲ କରନ୍ତି ତେବେ ସେ କଙ୍ଗାରୁ ଦଳ ବିରୋଧରେ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ଭାରତୀୟ ବୋଲର ହୋଇପାରିବେ। ବର୍ତ୍ତମାନ ଏହି ରେକର୍ଡ ପୂର୍ବତନ ସ୍ପିନର ଅନିଲ୍ କୁମ୍ବଲେଙ୍କ ନାମରେ ରହିଛି।

ଏ ଖବର ପଢନ୍ତୁ- ଟ୍ୟାଲେଣ୍ଟ୍ ଥାଇ ବି ମିଳୁନି ସ୍ଥାନ, ଟେଷ୍ଟ ସିରିଜରେ ସୁଯୋଗ ଅପେକ୍ଷାରେ ଷ୍ଟାର କ୍ରିକେଟର…

୧୧୧ ଓ୍ଵିକେଟ୍ ସହ ଅନିଲ କୁମ୍ବଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ଭାରତୀୟ ବୋଲର ରହିଛନ୍ତି। ଏହି ତାଲିକାରେ ଆର ଅଶ୍ଵିନ ୧୦୭ ଓ୍ଵିକେଟ୍ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହି ଦୁଇ ବୋଲରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ କିମ୍ବା ଅଧିକ ଓ୍ଵିକେଟ୍ ନେଇ ପାରି ନାହାନ୍ତି। ତାଲିକାରେ ହରଭଜନ ସିଂ ୯୫ ଓ୍ଵିକେଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି। ଯଦି ଅଶ୍ଵିନ ମାର୍ଚ୍ଚ ୯ରୁ ଆରମ୍ଭ ହେଉଥିବା ଟେଷ୍ଟରେ ୫ ଓ୍ଵିକେଟ୍ ଦଖଲ କରନ୍ତି ତେବେ ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ଶୀର୍ଷରେ ପହଞ୍ଚିବେ।

ଏ ଖବର ପଢନ୍ତୁ- ମିଶନ ବିଶ୍ଵକପ୍… ସର୍ଜରୀ ପାଇଁ ନ୍ୟୁଜିଲାଣ୍ଡ ପହଞ୍ଚିଲେ ମ୍ୟାଚ୍ ବିଜେତା ଖେଳାଳି, ଚିନ୍ତାରେ ଟିମ୍ ମ୍ୟାନେଜମେଣ୍ଟ

ଏହା ବ୍ୟତୀତ ଅଶ୍ଵିନଙ୍କ ନିକଟରେ କୁମ୍ବଲେଙ୍କ ଆଉ ଏକ ମହାରେକର୍ଡ ଭାଙ୍ଗିବାର  ସୁଯୋଗ ରହିଛି। ଏହି ଦୁଇ ଦିଗ୍‌ଜ ଖେଳାଳିଙ୍କ ନାମରେ ଘରୋଇ ମାଟିରେ ସର୍ବାଧିକ ଥର ୫ ଓ୍ଵିକେଟ୍ ନେବାର ରେକର୍ଡ ରହିଛି। କୁମ୍ବଲେ ଏବଂ ଅଶ୍ଵିନ ଏ ପର୍ଯ୍ୟନ୍ତ ନିଜ ଟେଷ୍ଟ କ୍ୟାରିୟରରେ ଘରୋଇ ମାଟିରେ ୨୫-୨୫ ଥର ଗୋଟିଏ ଇନିଂସରେ ୫ କିମ୍ବା ଅଧିକ ଓ୍ଵିକେଟ୍ ନେଇଛନ୍ତି। ଯଦି ଅଶ୍ଵିନ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଆଉ ଥରେ ପାଞ୍ଚ ଓ୍ଵିକେଟ୍ ନେବାରେ ସଫଳ ହୁଅନ୍ତି ତେବେ କୁମ୍ବଲେଙ୍କ ଏହି ମହା ରେକର୍ଡ ଭାଙ୍ଗି ପାରିବେ। ଉଲ୍ଲେଖନୀୟ ନିଜ ଘରେ ସର୍ବାଧିକ ୫ ଓ୍ଵିକେଟ୍ ନେବାର ବିଶ୍ଵ ରେକର୍ଡ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥେୟା ମୁରଲୀଧରନଙ୍କ ନାମରେ ରହିଛି। ସେ ନିଜ କ୍ୟାରିୟରରେ ୪୫ ଥର ଏହି ସଫଳତା ହାସଲ କରିଛନ୍ତି।

   Related Posts